Indus Valley Times

ନୟାଗଡ଼ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

 Breaking News

ନୟାଗଡ଼ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ନୟାଗଡ଼ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
November 11
17:50 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୧୧ : ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କ ମନ୍ତ୍ରୀମଣ୍ଡଳର ଦାଗୀ ମନ୍ତ୍ରୀ ମାନଙ୍କୁ ବହିଷ୍କାର କରିବା ପାଇଁ ସାହସ ଜୁଟାଇ ପାରୁ ନଥିବା କଂଗ୍ରେସ ଦାବି କରିଛି । ମମିତା ମେହେର ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଲାଗି କଂଗ୍ରେସ ଦଳ ପକ୍ଷରୁ ଯେଉଁ ସମୟ ସୀମା ଦିଆଯାଇଥିଲା।
ତାହାକୁ ବେଖାତିର କରି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକରି ସେହି ମଞ୍ଚରେ ମନ୍ତ୍ରୀଙ୍କୁ ମଞ୍ଚରେ ବସାଇ ଜନସାଧାରଣ ଭାବାବେଗକୁ କୁଠାରଘାତ କରିବା ଗଣତନ୍ତ୍ର ଲାଗି କ୍ରୁର ଉପହାସ ।
ନବୀନ ବାବୁ ତାଙ୍କ କଳଙ୍କିତ ମନ୍ତ୍ରୀ ମାନଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରୁଛନ୍ତି ଫଳତଃ ଆଜି ରାଜ୍ୟର ମାଆ ଭଉଣୀ ମାନେ ଏପରି ଅମାନୁଷିକତାର ଶିକାର ହେଉଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ହେଉଛି ଏହାର ଶ୍ରେଷ୍ଠତମ ଉଦାହରଣ। ଏବେବି ସମୟ ଅଛି ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ସମୟ କାହାକୁ କ୍ଷମା ଦେବ ନାହିଁ ।
ଏ ସରକାରର ଶବ ଦେଖିବା ମଧ୍ୟ ବିଳମ୍ବ ହେବ ନାହିଁ ।ଗୃହ ରାଷ୍ଟ୍ରମନ୍ତ୍ରୀ ଗିରଫ ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବିରେ ଆଗାମୀ ୧୨ ତାରିଖ ଶୁକ୍ରବାର ପ୍ରଦେଶ କଂଗ୍ରେସ ପ୍ରସ୍ତାବିତ ୬ ଘଣ୍ଟିଆ ସକାଳ ୬ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା କଂଗ୍ରେସ ଏବଂ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ବନ୍ଦ କାର୍ଯ୍ୟକ୍ରମ ଚାଲୁ ରହିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031