Indus Valley Times

ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ

 Breaking News

ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ

ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ
May 20
20:19 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୦/୫ : ନୟାଗଡ଼ ସ୍ଥାନୀୟ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସଭାପତି ଶ୍ରୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଅଛି। ସମ୍ପାଦକ ଦୁର‌୍ୟୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବାପରେ ଜିଲ୍ଲା ସଂଘ କୁ ସୂସଙ୍ଗଠିତ କରିବା ସକାଶେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ଅନୁବନ୍ଧିତ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର‌୍ୟ୍ୟରତ ୨୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫ ଜଣ ଲେଖାଏଁ ପ୍ରତିନିଧି ଙ୍କ ଏକ ବୈଠକ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସ୍ଥିର କରାଯିବ ବୋଲି ସ୍ଥିର କରାଗଲା।
ସଙ୍ଘ କୁ ବରିଷ୍ଠ , କାର୍ଯ୍ୟକ୍ଷମ ଏବଂ ସୂ ସଙ୍ଗଠିତ କରାଯିବା ନିମନ୍ତେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରାଗଲା। ଏହି ବୈଠକରେ ବରିଷ୍ଠ ନାଗରିକ ବିଶ୍ବନାଥ ନାୟକ, ଅମୁଲ୍ୟ ମହାନ୍ତି, ଅଖିଳ ଚନ୍ଦ୍ର ମହାରଣା, ପ୍ରଭାକର ଶିରୋମଣି, ଆଉରଙ୍ଗଜେବ, ନିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031