Indus Valley Times

ନୟାଗଡ଼ ବାୟୁସେନା ଦିବସ ପାଳନ

 Breaking News

ନୟାଗଡ଼ ବାୟୁସେନା ଦିବସ ପାଳନ

ନୟାଗଡ଼ ବାୟୁସେନା ଦିବସ ପାଳନ
October 11
18:39 2021

କିଶୋର କୁମାର ମାହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୧୦ : ଭାରତୀୟ ବାୟୁସେନା ଭେଟରାନ ନୟାଗଡ ସାଖା ତରଫରୁ ସଭାପତି ବସନ୍ତ କୁମାର ବେହେରା ଏବଂ ସମ୍ପାଦକ ଅଜିତ୍ ପ୍ରସାଦ ସାହୁ ଙ୍କ ଉପସ୍ଥିତିରେ ଆଜି ବାୟୁସେନା ଦିବସ ସକୁଟୁମ୍ବେ ବହୁ ମହାଆଡମ୍ବର ସହିତ ନୟାଗଡ ଇଟାମାଟି ଠାରେ ଅନୁଷ୍ଠିତ ହୋଇ ଯାଇଛି।
ସମସ୍ତ ଭେଟରାନ ନିଜ ନିଜର କର୍ମମୟ ଜୀବନ ଭିତରେ ବାୟୁସେନା ସେମାନଙ୍କର କିପରି ସହାୟକ ହୋଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ର ଭେଟରାନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହି ବୀର ମାନେ ନିଜ ନିଜର ଅନୁଭୁତି ପ୍ରକାଶ କରିଥିଲେ।
ଭାରତ ବର୍ଷ ର ଅଖଣ୍ଡତା କାମନା କରିଥିଲେ ଭେଟରାନ ବାୟୁସେନା ଜବାନମାନେ। ଭେଟରାନ ମାନଙ୍କ ପିଲାମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନୟାଗଡ ସ୍ଥିତ ବାୟୁସେନାର ଭେଟରାନ୍ ଶ୍ରୀ ରଶ୍ମି ରଞ୍ଜନ ଦାଶ ଙ୍କ ସୁପୁତ୍ର ଯୁବ ତାବଲିଷ୍ଟ ତଥା ବେତାର ତବଲା ବାଦକ ଚିରଞ୍ଜିବୀ ଦାଶ ନିଜର ପ୍ରତିଭା କ୍ଲାସିକାଲ ତବଲା ବାଦନ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031