Indus Valley Times

ନୟାଗଡ଼ : ବିହନ ବିଶୋଧନ କର୍ମଶାଳା

 Breaking News

ନୟାଗଡ଼ : ବିହନ ବିଶୋଧନ କର୍ମଶାଳା

December 16
14:54 2020

କିଶୋର ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼,୧୨/୧୬: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଭଗବାନ ପୁର ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଓ ଭାପୁର ବ୍ଲକ କୃଷି ବିଭାଗ ତରଫରୁ ବିହନ ବିଶୋଧନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍ଲକ କୃଷି ଅଧିକାରୀ ପ୍ରଦିପ୍ତ କୁମାର ପଟ୍ଟନାୟକ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଗବାନ ପୁର ସରପଞ୍ଚ କୈଳାସ ଚନ୍ଦ୍ର ଡାକୁଆ , ସମିତି ସଭ୍ୟ ବସନ୍ତ କୁମାର ପ୍ରଧାନ ଯୋଗଦେଇ କୃଷକ ମାନଙ୍କୁ ବିହନ ବିଶୋଧନ ସମ୍ପର୍କରେ ବୁଝାଇଥିଲେ। ସମ୍ପୁର୍ଣ୍ଣ କୋଭିଡ ନିୟମକୁ ଦୃଷ୍ଟିରେ ରଖି କୃଷକ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହିତ ମାଟି ମାଠିଆରେ କିପରି ବିହନ ବିଶୋଧନ କରି କ୍ଷେତରେ ବୁଣିଲେ ଅଧିକ ଅମଳ ହେବ ସେ ସମ୍ପର୍କରେ କୃଷି ଅଧିକାରୀ ପ୍ରଦିପ୍ତ କୁମାର ପଟ୍ଟନାୟକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930