Indus Valley Times

ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତ ର ଦେବନଗର , ଅଚ୍ୟୁତ ନଗର କୁ କଣ୍ଟେନମେଣ୍ଟ ଓ କଇଥ ଗାଡିଆ କୁ ବଫର ଜୋନ ଘୋଷଣା କଲେ ଜିଲ୍ଲାପାଳ

 Breaking News

July 26
16:57 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ

ନୟାଗଡ଼,୨୬/୭: ନୟାଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୯୩ ରେ ପହଞ୍ଚିଛି।ବିଶେଷ କରି ସ୍ଥାନିୟ ସଂକ୍ରମଣ ଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ରେ ଆତଙ୍କ ସୃଷ୍ଟି ହେଉଛି । ତ’ ସହ ପ୍ରଶାସନ ର ଚିନ୍ତାର କାରଣ ପାଳଟିଛି ।
ତଥାପି କେତେକ ଅମାନିଆ ଲୋକଙ୍କ ପାଇଁ ଚିନ୍ତାରେ ସହରବାସୀ । ସଂକ୍ରମଣ ସଂଖ୍ୟା ବୃଦ୍ଧି କୁ ଲକ୍ଷରକ୍ଷି ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତ ର ଦେବନଗର , ଅଚ୍ୟୁତ ନଗର କୁ କଣ୍ଟେନମେଣ୍ଟ ଏବଂ କଇଥ ଗାଡିଆ କୁ ବଫର ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡ ପୋମା ଟୁଡୁ । ଅତ୍ୟାବଶ୍ୟକ କାର୍ଯ୍ୟ ଓ ଅତି ଜରୁରୀ ସ୍ବାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟ ବ୍ୟତିତ କୈାଣସି ଲୋକ ବାହାର କୁ ବାହିରିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀଯୁକ୍ତ ଧୋବା ନୟକ ଜନସାଧାରଣ ଙ୍କୁ ସୁଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930