Indus Valley Times

ନୟାଗଡ଼ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ

 Breaking News

ନୟାଗଡ଼ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ

ନୟାଗଡ଼ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ
April 08
19:43 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୪ : ନୟାଗଡ଼ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ। ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ୍ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ୧୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ପ୍ରଦାନ କରିଛନ୍ତି। ଅଙ୍ଗନୱାଡି କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ନୟାଗଡ଼ ପିଡ୍ଲୁଡି ଡାକ ବଙ୍ଗଳା ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ଏଡିଏମଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଦାବିପତ୍ର ରେ ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ଅଙ୍ଗନୱାଡି କର୍ମୀ ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ଯେ ପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ ସେ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଦେବା ଏବଂ ସହାୟିକା ମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦେବା , ମିନି ଅଙ୍ଗନୱାଡି କର୍ମୀ ମାନଙ୍କୁ ଅଙ୍ଗନୱାଡି କର୍ମୀ ର ମାନ୍ୟତା ଦେବା ଆଦି ୧୪ ଦଫା ଦାଵି ପତ୍ର ପ୍ରଦାନ କରିଥିଲେ।
ଜିଲ୍ଲା ସମ୍ପାଦିକା ବିନୋଦିନୀ ଦେଇ, ସଭାନେତ୍ରୀ ସାବିତ୍ରୀ ଦାଶ , ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ସୁକାନ୍ତ ମହାପାତ୍ର, ମଜଦୁର ସଂଘ ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି ଙ୍କ ନେତୃତ୍ବରେ ଅଙ୍ଗନୱାଡି କର୍ମୀ ମାନେ ଶୋଭାଯାତ୍ରା ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930