Indus Valley Times

ନୟାଗଡ଼: ରାସବିହାରୀ ଖଟେଇଙ୍କ ବିୟୋଗରେ ଓଡ଼ଗାଁ ତଥା ନୟାଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି

 Breaking News

ନୟାଗଡ଼: ରାସବିହାରୀ ଖଟେଇଙ୍କ ବିୟୋଗରେ ଓଡ଼ଗାଁ ତଥା ନୟାଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି

August 23
14:00 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୨୩/୮:ଶ୍ରୀଯୁକ୍ତ ରାସବିହାରୀ ଖଟେଇଙ୍କ ବିୟୋଗରେ ଓଡ଼ଗାଁ ତଥା ନୟାଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଖରେଇ ସାର୍ ଙ୍କ ନାମରେ ପରିଚିତ ଶ୍ରୀଯୁକ୍ତ ରସବିହାରୀ ଖଟେଇ ଜଣେ ସୁସଂଗ୍ରାହକ, ଅଦର୍ଶବାଦୀ ଶିକ୍ଷକ ଥିଲେ। ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ତାଙ୍କର ଆଭୂଷଣ ଥିଲା।
ଜଣେ ମାନବ ବାଦୀ,ଦରଦୀ ,ସମାଜ ସଂସ୍କାରକ,ଜ୍ଞାନ ଲିପସୂ, ଲେଖକ,ପରିବେଶ ପ୍ରେମୀ ମହାନ୍ ଆତ୍ମା ଶ୍ରୀ ଯୁକ୍ତ ରାସବିହାରୀ ଖଟେଇ ଙ୍କର ଲୋକପ୍ରିୟତା ଓଡ଼ଗାଁ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲା।
କୁରାଳ ଉପାନ୍ତ ଅଞ୍ଚଳ ତଥା ବାଉଁଶ ରାଣୀର ଉଦ୍ଭବ ନାଥିଆ ପାଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ତାଙ୍କ ଅକ୍ଲାନ୍ତ ଉଦ୍ୟମ ର ଫଳ। ନିଜସ୍ୱ ଖର୍ଚରେ ଯାତ୍ରୀବିଶ୍ରାମଗାର, ଡଷ୍ଟବିନ୍ ଏବଂ ଯାତ୍ରୀ ବିଶ୍ରାମଗାର ପାଖରେ ମନୋରମ ବଗିଚା ପ୍ରସ୍ତୁତି ତାଙ୍କ ନିଜସ୍ୱ ଚିନ୍ତାଧାରା ର ପ୍ରତିଫଳନ। ଦାସିଆ ଅଜାଙ୍କ ସମକକ୍ଷ ନହେଲେ ମଧ୍ୟ ସେ ପଞ୍ଚୁ ତୁଳସୀ ସଂଗ୍ରହାଳୟ ନିର୍ମାଣ କରି ଏକ ମାଇଲ ଖୁଣ୍ଟ ସୃଷ୍ଟି କରି ଯାଇଛନ୍ତି।
ଏଭଳି ଏକ ଆମର ଆତ୍ମାର ବିୟୋଗ କୁରାଳ, ନୟାଗଡ଼ ତଥା ସମଗ୍ର ପୃଥିବୀ ପାଇଁ ଏକ ଅପୂରଣୀୟ କ୍ଷତି।ସେ ଦିବ୍ୟାତ୍ମା ଙ୍କ ସଦ୍ ଗତି ପ୍ରାର୍ଥନା କରୁଛୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031