Indus Valley Times

ନୟାଗଡ : କରୋନାରେ ଚାଲିଗଲା ରବୀନ୍ଦ୍ରଙ୍କର ଜୀବନ

 Breaking News

ନୟାଗଡ : କରୋନାରେ ଚାଲିଗଲା ରବୀନ୍ଦ୍ରଙ୍କର ଜୀବନ

July 17
19:38 2021

ରଶ୍ମି ରଂଜନ ପରିଡାଙ୍କ ରିପୋର୍ଟ
ଗଣିଆ, ୧୭/୭ : ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ରବୀନ୍ଦ୍ର ବେହେରା କରୋନା ଯୁଦ୍ଧରେ ହାରିଗଲେ । ଗତ ଜୁନ ୨୭ ତାରିଖରୁ ଭୁବନେଶ୍ୱର ସମ ହସ୍ପିଟାଲରେ ରବୀନ୍ଦ୍ର ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲା ବେଳେ ଗତକାଲି ୪୨ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଗଲେ । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ, ସଂଗଠକ ଭାବେ ଗଣିଆ ଅଂଚଳରେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ଗଣିଆ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ରବୀନ୍ଦ୍ରଙ୍କର ଛୋଟ ଛୋଟ ପୁଅ ଝିଅ ଓ ସ୍ତ୍ରୀ ଥିଲାବେଳେ ସେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ପୁଅ ଝିଅ ଓ ସ୍ତ୍ରୀ ବେସାହାରା ହୋଇ ପଡିଛନ୍ତି । ରବୀନ୍ଦ୍ରଙ୍କ ପରିବାରକୁ କରୋନା ଜନିତ ସହାୟତା ଓ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଜନସାଧାରଣରେ ଦାବି ହେଉଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031