Indus Valley Times

ନୟାଗଡ : ଜିଲ୍ଲା ସ୍ତରୀୟ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ

 Breaking News

ନୟାଗଡ : ଜିଲ୍ଲା ସ୍ତରୀୟ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ

June 21
21:21 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୨୧/୬ : ସକାଳ ୬.୦୦ ଘଟିକା ସମୟରେ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସ୍ଥିତ ଡ଼ାଇମଣ୍ଡ ଜୁବିଲି ଅଡିଟୋରିୟମ ଠାରେ ବହୁ ଆଡମ୍ବର ଭାବେ ପାଳିତ ହୋଇଅଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ରୋଜିନା ଦାସ ,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର ଯୋଗଦେଇଥିଲେ।
ଏକା ସାଙ୍ଗରେ
ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସହିତ ଜୁବିଲି ଅଡିଟୋରିୟମ ଓ କଲେଜ ଖେଳ ପଡ଼ିଆରେ ଯୋଗ ଶିକ୍ଷକ ପରମାନନ୍ଦ ପରିଡା, ସୁଶାନ୍ତ କୁମାର ଚାନ୍ଦ, ପ୍ରତାପ ରାଣା ସିଂଙ୍କ ଦ୍ଵାରା ଯୋଗ ଅଭ୍ୟାସ କରାଯାଇଥିଲା ଏବଂ ଶପଥ ପାଠ‌ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ଵ ସଂଖ୍ୟାରେ ଛାତ୍ର ଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଜନତା ଏହି ଯୋଗାଭ୍ୟାସରେ ସାମିଲ ହେବା ସହ ଏଥି ସହିତ
ଅବକାରୀ ଅଧିକ୍ଷକ , ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930