Indus Valley Times

ନୟାଗଡ: ନାଟ୍ୟଶାଳା ‘ମଞ୍ଚାୟନ’ର ସମ୍ପାଦକଙ୍କ ସଂଯୋଜନାରେ ଦିବଙ୍ଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

 Breaking News

ନୟାଗଡ: ନାଟ୍ୟଶାଳା ‘ମଞ୍ଚାୟନ’ର ସମ୍ପାଦକଙ୍କ ସଂଯୋଜନାରେ ଦିବଙ୍ଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ନୟାଗଡ:  ନାଟ୍ୟଶାଳା ‘ମଞ୍ଚାୟନ’ର ସମ୍ପାଦକଙ୍କ ସଂଯୋଜନାରେ ଦିବଙ୍ଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ
July 23
13:17 2020

ନୟାଗଡ,୨୩/୭:  ନୟାଗଡ ‘ନାଟ୍ୟଶାଳା’ ମଞ୍ଚାୟନ ର ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନା ରେ ଦିବଙ୍ଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ସେମାନଙ୍କର ଜୀବନୀ ତଥା ଗୁଣାବଳୀ ର ସ୍ମୃତି ଚାରଣ  କରାଯାଇଛି ।
ପ୍ରଖ୍ୟାତ ଅଭିନେତା , ନିର୍ଦ୍ଦେଶକ ତଥା ଓଡିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟର ନାଟ୍ୟ ବିଭାଗର ମୁଖ୍ୟ ବିଜୟ କୁମାର ମହାନ୍ତି  , ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ସୁରେଶ ସାହୁ , ନୟାଗଡ଼ ସହର ନିକଟସ୍ଥ ଝୁମ୍ପୁରୀ ଗ୍ରାମର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ , ଶିଶୁ କିଶୋର ପତ୍ରିକା ଜୁବୁଲୀ ର ସମ୍ପାଦକ ତଥା ଓଡ଼ଗାଁ ର ସାମ୍ବାଦିକ ହୃଦୟ ରଞ୍ଜନ ମହାରଣା ପ୍ରମୁଖଙ୍କ ବିୟୋଗରେ  ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
 ମଞ୍ଚାୟନର ସଭାପତି ଜାମିନୀକାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସୁରେନ୍ଦ୍ର କୁମାର ସାହୁ , ପ୍ରଶାନ୍ତ କୁମାର ସାମନ୍ତରାୟ, ଜ୍ଞାନ  ପ୍ରକାଶ ବାରିକ, ଗୋକୁଳ ଚନ୍ଦ୍ର ଷଡଙ୍ଗୀ, ରାମକୃଷ୍ଣ ନାୟକ, କୈଳାସ ଓଝା , ଆଦି ନାଟ୍ୟକର୍ମୀ  ମାନେ ଦିବଙ୍ଗତ ପଥିତଯଶା ବ୍ୟକ୍ତି ମାନଙ୍କର ବିଭିନ୍ନ କାର୍ଯ୍ୟାବଳୀ ଓ ସେମାନଙ୍କ ସମର୍ପିତ ଜୀବନ କୁ ନେଇ ସ୍ମୃତି ଚାରଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031