Indus Valley Times

ନୟାଗଡ: ପାଞ୍ଚ ଦିନ ସଟ ଡାଉନ ହେଲା ବାହାଡ଼ ଝୋଲା ପଞ୍ଚାୟତ

 Breaking News

ନୟାଗଡ: ପାଞ୍ଚ ଦିନ ସଟ ଡାଉନ ହେଲା ବାହାଡ଼ ଝୋଲା ପଞ୍ଚାୟତ

ନୟାଗଡ: ପାଞ୍ଚ ଦିନ ସଟ ଡାଉନ ହେଲା ବାହାଡ଼ ଝୋଲା ପଞ୍ଚାୟତ
July 16
17:55 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୬/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ରୁ ବୁଧବାର ୯ ଜଣ ଓ ଗୁରୁବାର ଦିନ ଆଉ ୨ ଜଣ ଏହିପରି ଭାବେ ୧୧ ଜଣ କରୋନା ରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ଗୋଷ୍ଠୀ ସଂକ୍ରମଣ ଆଶଙ୍କା କୁ ଦୃଷ୍ଟିରେ ରଖି ବାହାଡ ଝୋଲା ସରପଞ୍ଚ ୫ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏ ନେଇ ସରପଞ୍ଚ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏହି ସଟଡାଉନ୍ ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବା ସହିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଅତ୍ୟାବଶ୍ୟକ ନ ହେଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ଅବଗତ କରାଯାଇଛି।ଏପରିକି ଅତି ଆବଶ୍ୟକ କାର୍ଯ୍ୟ ପାଇଁ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ଅବଗତ କରାଯାଇଛି। ନୂଆଗାଁ ବ୍ଲକ୍ ରେ ଏହି ୧୧ ଜଣ କରୋ ନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନସାଧାରଣ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031