Indus Valley Times

ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌ଡି ଙ୍କ ଦ୍ଵାରା ତିନି ଜଣ ବନ କର୍ମଚାରୀ ସମ୍ବର୍ଦ୍ଧିତ

 Breaking News

ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌ଡି ଙ୍କ ଦ୍ଵାରା ତିନି ଜଣ ବନ କର୍ମଚାରୀ ସମ୍ବର୍ଦ୍ଧିତ

August 19
19:18 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୟାଗଡ,୧୯/୮: ଜଙ୍ଗଲ ଆମର ଅମୂଲ୍ୟ ସମ୍ପଦ। ତେବେ ଜଙ୍ଗଲ କୁ ସୁରକ୍ଷା କରିବା ପାଇଁ ନିଜ ଜୀବନ କୁ ବାଜି ଲଗାଇ ଅହରହ ପ୍ରଚେଷ୍ଟା ଜାରି ରଖି ନୟାଗଡ ବନଖଣ୍ଡ ଅଧିନରେ ଥିବା ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ନିଜର କାର‌୍ୟ୍ୟ ଦକ୍ଷତା ବଳରେ ଜିଲ୍ଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏପରିକି ଗଣିଆ ବନାଞ୍ଚଳ ରେ କାଠ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହ ଜଙ୍ଗଲ ସୁରକ୍ଷିତ ରହିଛି।ସେହିପରି ଭାବେ ବାହାଡ ଝୋଲା ବନପାଳ ସରିତା ବରାଳ ଏବଂ ଫରେଷ୍ଟ ଗାର୍ଡ ବିଘ୍ନେଶ ବେହେରା କାର‌୍ୟ୍ୟ ଦକ୍ଷତା ପାଇଁ ନୟାଗଡ ଜିଲ୍ଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସ୍ୱାଧୀନତା ଦିବସରେ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌ଡି ଏହି ତିନି ଜଣ ବନ କର୍ମଚାରୀ ଙ୍କ କାର‌୍ୟ୍ୟ ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930