Indus Valley Times

ନୟାଗଡ: ରାଜବଂଶର ଇଷ୍ଟଦେବୀଙ୍କୁ ଦର୍ଶନକଲେ ନୟାଗଡ଼ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

 Breaking News

ନୟାଗଡ: ରାଜବଂଶର ଇଷ୍ଟଦେବୀଙ୍କୁ ଦର୍ଶନକଲେ ନୟାଗଡ଼ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ନୟାଗଡ: ରାଜବଂଶର ଇଷ୍ଟଦେବୀଙ୍କୁ ଦର୍ଶନକଲେ ନୟାଗଡ଼ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
July 29
21:23 2020

ପର୍ଯ୍ୟଟନ ସ୍ଥଳ ମାନ୍ୟତା ଅପେକ୍ଷାରେ ନୟାଗଡ଼ର ଏନ୍ତୁଡ଼ିଶାଳ ରଳବଗଡ଼

ପ୍ରଦିପ୍ତ କୁମାର ସାହୁ ଙ୍କ ରିପୋର୍ଟ
ନୂଆଗାଁ ,୨୯/୭: ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ବିଭିନ୍ନ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଅହରହ ଚେଷ୍ଟା ଜାରି ରଖିଥିବା ବେଳେ ସଂସ୍କୃତି ବିଭାଗର ଆଢୁଆଳରେ ନୟାଗଡ଼ର ଏନ୍ତୁଡ଼ିଶାଳ ରଳବଗଡ଼ ଏବେବି ଜୀବନ୍ତ ହୋଇ ତାର ଅତୀତର ସ୍ମୃତି ସାଉଁଟିବାରେ ଲାଗିଛି । ଅବହେଳିତ ଅବସ୍ଥାରେ ଏହି ଗଡ଼ଟି ବର୍ତମାନ ସୁଦ୍ଧା ଜୀବନ୍ତ ଆଉ ଚଳଚଂଚଳ ହୋଇ ଚାହିଁ ରହିଛି କେବେ ମିଳିବ ପର୍ଯ୍ୟଟନ ସ୍ଥଳର ମାନ୍ୟତା ?
ରଜା ରାଜୁଡ଼ା ଅମଳରୁ ଐତିହ୍ୟ, କଳା.ସଂସ୍କୃତି, ପ୍ରାକୃତିକ ପରିବେଶ,ବଣଜଙ୍ଗଲ ଓ ଗୁମ୍ଫା ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ ସିଙ୍ଗାରପଲ୍ଲୀ ପଂଚାୟତ ଅନ୍ତର୍ଗତ ନୂଆଗାଁ(ଟାଙ୍ଗିଆସାହି) ନିକଟବର୍ତୀ ଶୁଳିଆ ପାହାଡ଼ ପାଦଦେଶସ୍ଥ ରଳବଗଡ଼ରେ ନୟାଗଡ଼ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ମା’ ବାଉରୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି ନୟାଗଡ଼ ରାଣୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଅତୀତର ସ୍ମୃତିକୁ ମନେପକାଇବା ସହିତ ନିଜ ପୁଅ ଓ ଝିଅକୁ ସଙ୍ଗରେ ଧରି ସମସ୍ତେ ନିଜ ରାଜ ବଂଶର ଇଷ୍ଟଦେବୀ ମା’ ବାଉରୀ ଢାକୁରାଉଣୀଙ୍କଠାରୁ ଆଶିର୍ବାଦ ଭିକ୍ଷା କରିଛନ୍ତି । ପୀଠ ଓ ଠାକୁରାଣୀଙ୍କ ମହିମା ସମ୍ଫର୍କରେ ନିଜ ପରିବାର ଲୋକଙ୍କୁ ସୂଚନା ପ୍ରଦାନ ପୂର୍ବକ ରାଜବଂଶର ଅତୀତ ସ୍ମୃତି ଓ ସହରର ଐତିହ୍ୟ ବହନ କରୁଥିବା ଏହି ପୀଠଟି ଅବହେଳିତ ହୋଇ ପଡ଼ିରହିଥିବାରୁ ଏହାର ପନଃଉଦ୍ଧାର ଏବଂ ପାରିପାଶ୍ୱର୍ୀକ ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଛନ୍ତି ନୟାଗଡ଼ ରାଣୀ ।
ରକ୍ଷଣାବେକ୍ଷଣ ଅଭାବରୁ ୧୯୩୦ରେ ଧ୍ୱଂସ ପାଇଥିବା ରଳବଗଡ଼ର ଭଗ୍ନାବଶେଷ ବର୍ତମାନ ସୁଦ୍ଧା ଦେଖିବାକୁ ମିଳୁଛି । । ଏତେସବୁ ଏøତିହ୍ୟ ଓ ପରମ୍ପରାକୁ ନିଜ ବୁକୁରେ ଧାରଣ କରିଥିବା ରଳବଗଡ଼ର ପଥର କବାଟ ,ରାଣୀ ଚୂଆ ,ଖେମକା ଶାମୁକା ,ସୁନ୍ଦର ଝରଣା ,ପ୍ରାକୃତିକ ଜଙ୍ଗଲ ଶୋଭା ହେଉଛି ଏହାର ମୁଖ୍ୟ ଆକର୍ଷଣ । ବର୍ଷସାରା ଏଠାରେ ବଣଭୋଜି ପାଇଁ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳେ । ଜିଲ୍ଲା ପ୍ରଶାସନ , ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ରଳବଗଡ଼ ପ୍ରତି ଦୃଷ୍ଟି ଦେବା ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ସାଧାରଣରେ ଦାବି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031