Indus Valley Times

ନୟାଗଡ: ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ମିଶ୍ର ଙ୍କର ୧୩୩ ତମ ଜନ୍ମଜୟନ୍ତୀ ପାଳିତ

 Breaking News

ନୟାଗଡ: ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ମିଶ୍ର ଙ୍କର ୧୩୩ ତମ ଜନ୍ମଜୟନ୍ତୀ ପାଳିତ

December 31
20:09 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୩୧/୧୨: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ମହାନ୍ ଗାନ୍ଧୀବାଦୀ ନେତା ନୟାଗଡ଼ ର ମାଟିର ଯୋଗ୍ୟତ୍ତମ ଦାୟଦ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୩୩ ତମ ଜୟନ୍ତୀ ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ ରେ ଆୟୋଜିତ ଏହି ଜୟନ୍ତୀରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପ୍ରଧ୍ୟାପକ ତଥା ଓଡିଶା ସାହିତ୍ୟ ଏକାଡେମୀ ନୟାଗଡ଼ ଜିଲ୍ଲା ସଦସ୍ୟ ଅଶୋକ ନାୟକ ଯୋଗଦେଇ ଗୋବିନ୍ଦ ମିଶ୍ରଙ୍କ ଅନନ୍ୟା ପ୍ରତିଭା ସଂଗ୍ରାମ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।
ଅନ୍ୟତମ ଅତିଥିଭାବେ ନାଟ୍ୟକାର ବିଶ୍ବନାଥ ମହାପାତ୍ର, ଗୋବିନ୍ଦ ମିଶ୍ର ସ୍ମୃତି କମିଟି ର ଆବାହକ ତଥା ସମାଜସେବୀ ପ୍ରସନ୍ନ କୁମାର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଦୁର୍ଯୋଧନ ସାହୁ , ଜିଲ୍ଲା ପାଠାଗାର ସଂଘ ସମ୍ପାଦକ ପ୍ରଦିପ କୁମାର ସାହୁ ପ୍ରମୁଖ ଯୋଗଦେଇ ଗୋବିନ୍ଦ ମିଶ୍ରଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ କାର‌୍ୟ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲ୍ଲା ପାଠାଗାର ସଂଘ ଏବଂ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ସମାଜସେବୀ ଦାମୋଦର ସାହୁ, ସୁରେନ୍ଦ୍ର ମହାପାତ୍ର, ଜ୍ଞାନ ପ୍ରକାଶ ବାରିକ, ସନ୍ତୋଷ ପ୍ରଧାନ, ଗୋକୁଳ ଷଡଙ୍ଗୀ, ଅନାଦି ଚରଣ ମହାନ୍ତି, ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031