Indus Valley Times

ନୟାଗଡ଼ରୁ ୭୫ ମିଟର ଜାତୀୟ ପତାକା ଉଡାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ

 Breaking News

ନୟାଗଡ଼ରୁ ୭୫ ମିଟର ଜାତୀୟ ପତାକା ଉଡାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ

August 10
20:02 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୮: ଦେଶ ସ୍ୱାଧିନତାର ୭୫ବର୍ଷ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ଓ ବଳିଦାନ ସ୍ମୃତିରେ ସ୍ୱାଧିନତାର ଗୌରବ ଯାତ୍ରା ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ଏଆଇସିସିର ସଂପାଦକ ଜି ରୁଦ୍ରରାଜୁ ଜାତୀୟ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।
ନୟାଗଡ଼ ଟ୍ରାଫିକ ଛକଠାରେ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ର ଖୁସି ମୁହୁର୍ତରେ ୭୫ ମିଟରର ଜାତୀୟ ପତାକା ଉଡାଇ ଦେଶପ୍ରେମ ଏବଂ ଧର୍ମନିରପେକ୍ଷ ଭାରତ ବର୍ଷର ଭାଇଚାରା ଦେଶପ୍ରେମ ଉଦ୍ରେକ କରାଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାତ୍ରାଧିକ ଦରଦାମ ବ୍ରୁଦ୍ଧି, ରନ୍ଧନ ଗ୍ୟାସ ଦରବୃଦ୍ଧି ହାଣ୍ଡିଶାଳେ ଚଡକ, ରୋଜଗାର ନପାଇ କୋଟିକୋଟି ଯୁବକ ବେକାର, ଦେଶର ଅର୍ଥନୀତି ନିମ୍ନଗାମୀ, କଂଗ୍ରେସ ଶାସନ ରେ ପ୍ରତିଷ୍ଠିତ ଲାଭଦାୟକ ରାଷ୍ଟ୍ରୟତ୍ତ ଉଦ୍ୟୋଗ ପ୍ରଧାନମନ୍ତ୍ରୀଙ୍କ ଦୁଇ ମିତ୍ର ଅମ୍ବାନୀ ଅଦାନୀଙ୍କୁ ସାଗମାଛ ଦରରେ ବିକ୍ରି,,ପ୍ରମୁଖ ବିରୋଧୀ ନେତାଙ୍କ ଉପରେ ଇଡି ସିବିଆଇ ଲଗାଇ ଶାଣିତ ବିରୋଧୀ ସ୍ୱର କୁ ଚାପିଦେବା ପାଇଁ ପ୍ରତିଶୋଧ ରାଜନୀତି ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କହିଥିଲେ ।
ଦେଶର ସାମ୍ବିଧାନିକ ସଂସ୍ଥା ସୁରକ୍ଷିତ ନୁହେଁ ବୋଲି କହିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ଗୌରବ ଯାତ୍ରାରେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ର, ବରିଷ୍ଠ ନେତା ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ପର୍ଯ୍ୟବେକ୍ଷକ ସ୍ୱରୂପା ତ୍ରିପାଠୀ, ପିସିସି ସମ୍ପାଦକ ହୁସେନ ଖାଁ, ମନୋଜ ସାହୁ, ବସନ୍ତ ମହାରଣା,ଆଇଏନଟିୟୁସି ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ, ମହିଳା କଂଗ୍ରେସ ସଭାପତି ପ୍ରତିମା ଜେନା, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଅବୁବକର ସିଦ୍ଧିକ, ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଦଳୀୟ ନେତା ବିଭୁତି ରାଉତ, ପୂର୍ଣ୍ଚନ୍ଦ୍ର ସାନ୍ତ, ପୂର୍ଣ୍ଣଚନ୍ଦ୍ର ନାୟକ, ଅମଜାଦ ଖାଁ, ବୁଲୁ ପରିଡା, ଅଶୋକ ନାୟକ, ସୁକାନ୍ତ ଶତପଥୀ, ଚିନ୍ମୟୀ ମହାଳିକ, କାଶୀନାଥ ନାଏକ, ବାଙ୍କବିହାରୀ ଧଳ, ମଦନ ମୋହନ ବିଶୋଇଙ୍କ ସମେତ ଏକ ହଜାର ଦଳୀୟ କର୍ମୀ ସ୍ୱାଧୀନତା ର ଗୌରବ ଯାତ୍ରାରେ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031