Indus Valley Times

ନୟାଗଡ଼ ଜିଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍‌ଘାଟନ କଲେ ୧୨ ଟି ଅଙ୍ଗନୱାଡି କେନ୍ଦ୍ର ସହିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

 Breaking News

ନୟାଗଡ଼ ଜିଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍‌ଘାଟନ କଲେ ୧୨ ଟି ଅଙ୍ଗନୱାଡି କେନ୍ଦ୍ର ସହିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

March 22
20:56 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼,୨୨/୩: ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ” ରମେଶ ଚନ୍ଦ୍ର ବେହେରା” ତା ୨୧/୩/୨୦୨୧ ରବିବାର ଦିନ ନିଜ ନିର୍ବାଚନ ମଣ୍ଡଳୀ ର ଦଶପଲ୍ଲା ବିଜ୍ଞାପିତ ଅଂଚଳ ଅଧିନସ୍ଥ ” ହରିଡ଼ାବାଡି,ମୋଚିସାହି, ପାଟପୁରପାଟଣା,ଜରିପାଟଣା, କୃଷ୍ଣସରଣପୁର,ଖଣ୍ଡପଡ଼ା,ଖଣ୍ଡପଡ଼ା(ତୋଟାସାହି), ଅନ୍ଧାରକୋଟ,ମହାନ୍ତିସାହି, ନାହାକପଡ଼ା,କଣ୍ଡିସାହି ଓ ନରସିଂହପୁର ପ୍ରଭୃତି ୧୨ ଟି ଅଗନୱାଡ଼ି କେନ୍ଦ୍ର ଗୃହର ନିର୍ମାଣ ଓ ଦଶପଲ୍ଲା ଗନ୍ଧିପଡିଆ ମଞ୍ଚର ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରବାସହିତ ମହୁଲିଆ ଗ୍ରାମରେ ନୂତନ ନିର୍ମିତ କୋଠଘର ର ଉଦଘାଟନ କରିଛନ୍ତି।
ଆଉମଧ୍ୟ ବିଧାୟକ ଶ୍ରୀ ବେହେରା ମାରାଥନ ଗ୍ରସ୍ତକରି ଦଶପଲ୍ଲା ବ୍ଲକ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ଠାରେ ନିର୍ମିତ ମିଶନସକ୍ତି ଗୃହ,ପୋଇବାଡି( ତୋଟାସାହି ) କୋଠଘର, ଶିମିଳିସାହି ପଞ୍ଚାୟତ ର ଦେଢସର ଠାରେ ମିଶନସକ୍ତି ଗୃହର ଉଦ୍ଘାଟନ କରିଥିଲେ।ଏହି ସବୁକାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶୁନନ୍ଦା ସାହୁ, ବିଡିଓ ବିଶ୍ବରଂଜନ ବିଶ୍ୱାସ, ଏନ୍. ଏ.ସି କାର‌୍ୟ୍ୟନିର୍ବାହୀ ଅଧିକାରୀ “ଦେବବ୍ରତ କର ଯୋଗଦେଇଥିବା ବେଳେ ଅନ୍ୟାନ୍ୟ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ସେହିପର ବିଧାୟକ ଶ୍ରୀ ବେହେରା ନୂଆଗାଁ ବ୍ଳକ ଅଧକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ, ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁଙ୍କ ସହିତ ବେରୁଆଁବାରି ପଞ୍ଚାୟତ ଗ୍ରସ୍ତକରି, ବେରୁଆଁବାରି ( ନୂଆସାହି ) କୋଠଘର ଉଦ୍ଘାଟନ ସହିତ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନା କରିଛନ୍ତି।
ଥ୨୨/୦୩, ୧୫:୧୩ଧ +୯୧ ୯୭୭୭୭ ୦୭୩୦୭: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ସାମଗ୍ରିକ ବିକାଶ ପ୍ରତି ଗୁରୁତ୍ବ ଆରୋପ କରୁଥିବା କଥା କହୁଥିବା ବିଧାୟକ ଶ୍ରୀ ବେହେରାଙ୍କ ଆମାୟିକ ,ଭଦ୍ରବ୍ୟବହାର,ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମାଞ୍ଚଳରେ ହେଉଥିବା ମେଳା ମହୋତ୍ସବ ରେ ସାମିଲହେବା,ଅଭାବ,ଅସୁବିଧା ସମୟରେ ସାଧାରଣ ଲୋକଙ୍କ ପାଖରେ ଠିଆହେବା ଓ କାର୍ଯ୍ୟଧାରା କୁ ନେଇ ଜନସାଧାରଣରେ ଆଦୃତି ଲାଭ କରୁଥିବା ବେଳେ, ଏକାଦିନରେ ଏତେଗୁଡିଏ ପ୍ରକଳ୍ପ ର ସୁଭଭିତ୍ତିପ୍ରସ୍ତର ସ୍ଥାପନ ଓ ନିର୍ମିତ ପ୍ରକଳ୍ପ ର ଉଦ୍ଘାଟନ କୁ ନେଇ ସାଧାରଣରେ ଚର୍ଚ୍ଚା ପାଲଟିଥିବାବଳେ ,ଅନ୍ୟପଟେ ଆଗକୁ ଏନ୍.ଏ.ସି ଓ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ଏ ସବୁ ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମ କରାଯାଉଥିବା ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।
ସେହିପରି ବ୍ଲକର ବିଭିନ୍ନ ସ୍ଥାନ ଓ ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସରକାର ଜନସାଧାରଣଙ୍କ ମତାମତ ଓ ସହଭାଗିତା ଉପରେ ଗୁରୁତ୍ବ ଦେଉଥିବାବେଳେ,ନୂଆଗାଁ ବ୍ଳକର ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣ କାମରେ ଗାଁ ଲୋକଙ୍କ ମତାମତ କୁ ଉପେକ୍ଷା କରାଯାଇ , ଦଳୀୟ କର୍ମୀ୍ଙ୍କୁ ତୁଷ୍ଟିକରଣ ନିମନ୍ତେ ଗାଁ ମାନଙ୍କରେ କେତେକ ହାତଗଣତି ଦଳୀୟ କର୍ମୀଙ୍କୁ ଗାଁ ର ସମସ୍ତ ଉନ୍ନୟନକାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉଥିବା ଏବଂ ଏଥିନେଇ କୁଆଡେ ଏହିସବୁ ଉନ୍ନୟନ ମୂଳକ କାମ କରିବା ଓ ଏହାର ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଙ୍କ ଉପରେ ରାଜନୈତିକ ଚାପ ରହୁଥିବା ରୁ ଗ୍ରାମାଞ୍ଚଳରେ କରାଯାଉଥିବା ଅନେକ ପ୍ରକଳ୍ପ ର ନିର୍ମାଣ କାମ ବିବାଦୀୟ ନିୟମ ଅନୁସାରେ କରାଯାଉନାହିଁ ଓ ଅଙ୍ଗନୱାଡ଼ି ଗୃହ ସମେତ ଅନେକ ପ୍ରକଳ୍ପର କାମ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
ଏଣୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିବା ଅନ୍ୟାନ୍ୟ ପ୍ରକଳ୍ପ କାମ ସହିତ ଦେଶର ଭବିଷ୍ୟତ କୁହାଯାଉଥିବା କୋମଳମତି ଶିଶୁଙ୍କ ବୌଦ୍ଧିକ ବିକାଶ , ମାନସିକ ବିକାଶ ଏବଂ ପ୍ରାକବିଦ୍ୟାଳୟ ଶିକ୍ଷାର ସୁବିଧା ପାଇଁ ବିଧାୟକ ଶ୍ରୀ ବେହେରା ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୃହର ନିର୍ମାଣ କାମ କେବେ ଆରମ୍ଭ ହେଉଛି ଓ କୋମଳ ମତି ଶିଶୁମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ନୂତନ ସୁରକ୍ଷିତ ଗୃହତିଏ କେବେ ମଲ୍ଲୁଛି ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031