Indus Valley Times

ନୟାଗଡ଼: ପରି ହତ୍ୟା ମାମଲାର ଅନ୍ତ ଘଟିଛି ହାଇକୋର୍ଟରେ

 Breaking News

ନୟାଗଡ଼: ପରି ହତ୍ୟା ମାମଲାର ଅନ୍ତ ଘଟିଛି ହାଇକୋର୍ଟରେ

March 25
17:21 2021

ନୟାଗଡ, ୨୫/୩ : ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲା ର ଅନ୍ତ ଘଟିଛି ହାଇକୋର୍ଟରେ । ବର୍ତମାନ ସୁପ୍ରିମକୋର୍ଟରେ ଏହି ମାମଲା ବିଚରାଧିନ ଥିବାରୁ ମାନ୍ୟବର ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି । ଏଣିକି ପରୀ ମାମଲାରେ ଆବେଦନ କାରୀ ଚାହିଁଲେ ସୁପ୍ରିମକୋର୍ଟରେ ପକ୍ଷଭୁତ ହୋଇପାରିବେ । ପରୀ ମାମଲାର ସମସ୍ତ ଦସ୍ତାବିଜ୍ ଓ ପ୍ରମାଣକୁ ଏକ ବନ୍ଦ ଲଫାଫାରେ ରଖି ମାମଲାର ଅନ୍ତ ଘଟାଇଛନ୍ତି ବିଚାରପତି ।
ତେବେ ଏହି ମାମଲାରେ ଏସଆଇଟି ତଦନ୍ତ ଉପରୁ ଆସ୍ଥା ହରାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ମା’ । ପରୀ ପ୍ରସଙ୍ଗକୁ ନେଇ ଏସଆଇଟି ଦ୍ୱାରା ରଚିତ ଜାମୁକୋଳି ଗପ କେତେ ସତ କେତେ ମିଛ ତାହା ଏବେ ସୁପ୍ରିମକୋର୍ଟରେ ହିଁ ଜଣାପଡିବ । ପରୀ ମାମଲାକୁ ନେଇ ଟାର୍ଗେଟକୁ ଆସିଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ତାଙ୍କ ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଥିଲା ଯାହାକୁ ନେଇ ଏହି ମାମଲା ସବୁ ସମୟରେ ଚର୍ଚ୍ଚାରେ ରହି ଆସିଛି ।
-ଖବର ଓଡ଼ିଶା

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031