Indus Valley Times

ନୟାଗଡ଼ : ମାନବାଧିକାର ସୁରକ୍ଷା ସଂଗଠନର ବାର୍ଷିକ ଉତ୍ସବ

 Breaking News

ନୟାଗଡ଼ : ମାନବାଧିକାର ସୁରକ୍ଷା ସଂଗଠନର ବାର୍ଷିକ ଉତ୍ସବ

January 07
19:14 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୭/୧:ନୟାଗଡ଼ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ନୟାଗଡ ର ବାର୍ଷିକ ଉତ୍ସବ ନୟାଗଡ ରୋଟାରୀ ଭବନ ଠାରେ ଡ. ଜ୍ୟୋସ୍ନା ମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଜାତୀୟ ସଭାପତି ଡ. ଅଭିନ୍ନ କୁମାର ହୋତା, ରାଜ୍ୟ ସମ୍ପାଦିକା ଅନୁ ଭଲ୍ଲା, ପ୍ରଭା ମୟୀ ମିଶ୍ର, ପ୍ରଭାତ ଜେନା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ କାରି ସଭାପତି ଡ. ଅଖିଳ କୁମାର ମହାରଣା, ସମ୍ପାଦିକା ସରଳା ପଟ୍ଟନାୟକ, ସହ ସମ୍ପାଦକ ଯୁଗଳ ଚରଣ ପଟ୍ଟନାୟକ, ଆଇନ ପରାମର୍ଶ ଦାତା ରମେଶ ଚନ୍ଦ୍ର ଚମ୍ପତ ରାୟ, ପ୍ରଫେସର ହରେକୃଷ୍ଣ ସାହୂ ଦାମ ସାର, ରୋଟାରୀଆନ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ପ୍ରମୁଖ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ସଂଗଠନ ର ସଦସ୍ୟା ସୌଦାମିନୀ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦିକା ସରଳା ପଟ୍ଟନାୟକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମାନବିକ ଅଧିକାର କଣ ସେ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏବଂ କିପରି କାର୍ଯ୍ୟ କରି ଲୋକ ମାନଙ୍କୁ ସାହାଯ୍ୟ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଶେଷରେ ଯୁଗଳ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30