Indus Valley Times

ନୟାଗଡ଼ : ରୋଟାରୀ କ୍ଲବ ପକ୍ଷରୁ ୭୨ ତମ ବନମହୋତ୍ସବ ପାଳିତ

 Breaking News

ନୟାଗଡ଼ : ରୋଟାରୀ କ୍ଲବ ପକ୍ଷରୁ ୭୨ ତମ ବନମହୋତ୍ସବ ପାଳିତ

July 08
20:09 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୭ : ନୟାଗଡ଼ ୭୨ ତମ ବନମହୋତ୍ସବ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ଠାରେ ନିମ, ଆମ୍ବ,ପଣସ, ପିଜୁଳି, ଲେମ୍ବୁ, ଜାମୁ ଆଦି ବିଭିନ୍ନ କିସମର ଫଳ ବୃକ୍ଷ ଚାରା ରୋପଣ କରାଯାଇଛି। ରୋଟାରୀ ଆନ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଥମେ ଆମ୍ବ ବୃକ୍ଷ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ମିହିର ରଞ୍ଜନ ନାୟକ, ପୂର୍ବତନ ସଭାପତି ଶ୍ରୀମତୀ ନିରୁପମା ପଟ୍ଟନାୟକ, ମଦନମୋହନ ମହାପାତ୍ର, ରଣଜିତ ଦାସ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ, ପ୍ରସନ୍ନ ବସନ୍ତିଆ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମକୁ ଆଦର୍ଶ ଶିକ୍ଷା କେନ୍ଦ୍ର ର ଅଧକ୍ଷ ଶ୍ରୀଧର ସାହୁ ଏବଂ ଗୁରୁଜୀ, ଗୁରୁମା ପ୍ରମୁଖ ଆୟୋଜିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031