Indus Valley Times

ନୟାଗଡ଼: ରୋଟାରୀ ନେସନ ବିଲ୍ଡର ଆୱାର୍ଡ

 Breaking News

ନୟାଗଡ଼: ରୋଟାରୀ ନେସନ ବିଲ୍ଡର ଆୱାର୍ଡ

ନୟାଗଡ଼: ରୋଟାରୀ ନେସନ ବିଲ୍ଡର ଆୱାର୍ଡ
September 09
18:43 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୯/୯ : ନୟାଗଡ଼ ରୋଟାରୀ କ୍ଲବରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ସେପ୍ଟେମ୍ବର ୮ ତାରିଖରେ ପାଳିତ ହୋଇଯାଇଛି । ଏହି ଅବସରରେ ୫ ଜଣ ଶିକ୍ଷକଙ୍କୁ ଉତ୍କର୍ଷ ଶିକ୍ଷା ଦାନ ପାଇଁ ନେସନ ବିଲ୍ଡର ଆୱାର୍ଡ ପ୍ରଦାନ କରାଯାଇଛି ।
ସମ୍ବର୍ଦ୍ଧିତ ଶିକ୍ଷକ ମାନେ ହେଲେ ଡ. ଗିରିଜା ଶଙ୍କର ମହାପାତ୍ର, ସସ୍ମିତା ଦାସ, ଦୁର୍ଗାକାନ୍ତ ଆଚାର୍ଯ୍ୟ, ରବିନାରାୟଣ ପାତ୍ର ଏବଂ ବସନ୍ତ କୁମାର ସାହୁ । ରୋଟାରୀ କ୍ଲବ ନୟାଗଡ଼ ର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ବସନ୍ତ କୁମାର ନାୟକ ।
କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସଂପାଦକ ରୋଟାରିଆନ ମିହିର ରଞ୍ଜନ ନାୟକ, ଅଧ୍ୟାପକ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ପ୍ରବୀର ପୃଷ୍ଟି, କୋଷାଧ୍ୟକ୍ଷ ରୋଟାରିଆନ ଲକ୍ଷ୍ମୀନାରାୟଣ ରଥ ଓ କ୍ଲବର ସମସ୍ତ ସଦସ୍ୟମାନେ । ରୋଟାରିଆନ ଆରିଫ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031