Indus Valley Times

ନୟାଗଡ଼ : ଶିବ ଶକ୍ତି କ୍ଲବ ତରଫରୁ ସହାୟତା ପ୍ରଦାନ

 Breaking News

ନୟାଗଡ଼ : ଶିବ ଶକ୍ତି କ୍ଲବ ତରଫରୁ ସହାୟତା ପ୍ରଦାନ

ନୟାଗଡ଼ : ଶିବ ଶକ୍ତି କ୍ଲବ ତରଫରୁ ସହାୟତା ପ୍ରଦାନ
November 11
21:19 2021

କିଶୋର ମାହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୧୧ : ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିବ ଶକ୍ତି କ୍ଲବ ତରଫରୁ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଂଚାୟତ ର ରାଜବସା ଗାଁ ବାସିନ୍ଦା ଅତ୍ୟନ୍ତ ଦୁଃଖି ପରିବାର ରଜନୀ ମଣ୍ଡଳଙ୍କ ପରିବାର କୁ ମାସ୍, ସାନିଟାଇଜର,କମ୍ବଳ, ତାଙ୍କ ପୁଅ ପାଇଁ ଶୀତ ବସ୍ତ୍ର, ଏକ ମାସ ପାଇଁ ରାସନ ସାମଗ୍ରୀ, ତାଙ୍କର ପୁଅ ଝିଅ ଙ୍କ ପାଇଁ ବହି, ଖାତା, ପେନ୍, ସ୍କୁଲ ବ୍ୟାଗ ଆଦି ପ୍ରଦାନ କରାଯାଇଛି ।
ତାଙ୍କର ଏକ ମାନସିକ ଅନାଗ୍ରସର ପୁଅ ର ପାଠପଢା ଦାୟିତ୍ୱ ନିଆଯିବା ସହ ଦିବ୍ୟାଂଗ ଶିଶୁ ର ମୋହନା ସ୍ଥିତ ଏମ୍. କେ. ସି. ଜି ସ୍ୱତନ୍ତ୍ର ବିଦ୍ୟାଳୟ ରେ ପାଠ ପଢାଇବା ନିମନ୍ତେ ବ୍ୟବସ୍ଥା କରିଛି ଶିବ ଶକ୍ତି କ୍ଲବ । ଅନୁଷ୍ଠାନ ର ସମ୍ପାଦକ ରାମେଶ୍ଵର ପାତ୍ର ଙ୍କ ଏହି ଜନହିତକର କାର୍ଯ୍ୟ ରେ ଗ୍ରାମବାସୀମାନେ ଧନ୍ୟବାଦ ଅର୍ପଣ କରିଛନ୍ତି।
ସୁଦୂର ନୟାଗଡ଼ ଜିଲ୍ଲା ରୁ ଯାଇ ଶିବ ଶକ୍ତି କ୍ଳବ ର ସଦସ୍ୟମାନେ ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଆଗାମୀଦିନରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ଅଭାବୀ ଲୋକମାନଙ୍କୁ ବିଭିନ୍ନ ସାହାଯ୍ୟ କରାଯିବ ବୋଲି କ୍ଲବର ସମ୍ପାଦକ ରାମେଶ୍ବର ପାତ୍ର ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031