Indus Valley Times

ନୟାଗଡ଼ : ସାର ଅଭାବି ବିକ୍ରୀ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ

 Breaking News

ନୟାଗଡ଼ : ସାର ଅଭାବି ବିକ୍ରୀ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ

ନୟାଗଡ଼ : ସାର ଅଭାବି ବିକ୍ରୀ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ
September 04
14:23 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୯ :କୃଷିମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ନୟାଗଡ ସମେତ ସମଗ୍ର ନୟାଗଡ ଜିଲ୍ଲାରେ ଚଳିତ ଖରିଫ ଚାଷ ପାଇଁ ଇଫକୋ ୟୁରିଆ ସାର ବଣ୍ଟନରେ ଘୋର ପ୍ରିୟାପ୍ରିତି ହୋଇ ଜିଲ୍ଲାର ୧୦ ଜଣ ଲାଇସେନ୍ସ ପ୍ରାପ୍ତ ଘରୋଇ ବିତରକ ଏବଂ କୃଷିମନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ଅଦ୍ୟାବଧି ଜିଲ୍ଲାକୁ ଆସିଥିବା ୪୩୪୫.୮୬ ମେଟ୍ରିକଟନ ଇଫକୋ ସାର ମଧ୍ୟରୁ ୮୦ % ଭାଗ ୩୩୬୫.୮୬ ଇଫକୋ ୟୁରିଆ ସାର ଚଞ୍ଚକତା କରି ଉଠାଇ ସାର ବସ୍ତା ପିଛା ଚାଷୀଙ୍କୁ ୭୦୦ ଟଙ୍କା ଦରରେ ବିକ୍ରି କରୁଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି ।
କୃଷି ବିଭାଗୀୟ ସାର ବିତରଣ ସ୍ଥାୟୀ ବ୍ୟବସ୍ଥା ଅନୁସାରେ ମାର୍କଫେଡ଼ ସଂସ୍ଥା ମାଧ୍ୟମରେ ଜିଲ୍ଲାକୁ ଆସୁଥିବା ସାର ମଧ୍ୟରୁ ୭୫ % ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବିତରଣ କରାଯିବା ବେଳେ ବଳକା ୨୫ % ୟୁରିଆ ସାର ଖୋଲା ବଜାରରେ ବିକ୍ରି କରିବା ପାଇଁ ଘରୋଇ ବିତରକଙ୍କୁ ଯୋଗାଇ ଦେବା ସ୍ଥଳେ ନୟାଗଡ ଜିଲାରେ ସମ୍ପୂର୍ଣ୍ଣ ଓଲଟା ନିୟମ କାର୍ଯ୍ୟକାରୀ ହେଉଛି।
ୟୁରିଆ ସାର ବସ୍ତା ପିଛା ଟ ୨୬୬.୫୦/- ଦରଧାର୍ଯ୍ୟ ଥିବାବେଳେ ସାର ଅଭାବି ଯୋଗାଣର ଫାଇଦା ଉଠାଇ ଘରୋଇ ବିତରକ ଉଠାଇ ଥିବା ପ୍ରାୟ ୭୪୭୯ ବସ୍ତା ୟୁରିଆ ସାର ବସ୍ତା ପିଛା ୭୦୦ ଟଙ୍କା ଦରରେ କଳାବଜାରୀ କରି ପ୍ରାୟ ୩୦ ଲକ୍ଷ ଟଙ୍କା ମୁନଫା ଉଠାଇ ମିଳିଭଗତ ଭାବେ ହଡପ କରିଛନ୍ତି ।
ଜିଲ୍ଲାର ୧୦ ଜଣ ଲାଇସେନ୍ସ ପ୍ରାପ୍ତ ସାର ବିତରକ ଖୋଦ କୃଷିମନ୍ତ୍ରୀଙ୍କ ପାଖଲୋକ ହୋଇ କ୍ଷମତାର ଅପବ୍ୟବହାର କରି ବିତରକ ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଇ ବେଆଇନ ଭାବେ ସରକାରୀ ନୀତି ନିୟମକୁ ଖୋଲା ଉଲ୍ଲଙ୍ଘନ କରି ସେବା ସମବାୟ ସମିତି ମାନଙ୍କୁ ଅଣଦେଖା କରାଯାଇ ଥିବା କଂଗ୍ରେସ ଅଭିଯୋଗ କରିଛି । ଏଯାବତ ସମିତି ମାନଙ୍କୁ ମାତ୍ର ୨୦% ହିସାବରେ ୯୮୦ ମେଟ୍ରିକଟନ ସାର ଯୋଗାଇ ଦିଆଯାଇଛି ।
ଏହି ଗୁରୁତର ବିଭ୍ରାଟ ପାଇଁ ଏବଂ ସାର କଳାବଜାରୀ ପାଇଁ କୃଷି ମନ୍ତ୍ରୀ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ଏବଂ ସାର ବିତରକ ମାନେ କେମିତି ୪୩୪୫.୮୬ ମେଟ୍ରିକଟନ ମଧ୍ୟରୁ ୩୩୬୫. ୮୬ ମେଟ୍ରିକଟନ ସାର ଉଠାଇଲେ ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031