Indus Valley Times

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ

 Breaking News

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ
August 03
18:29 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ କରାଯାଇଛି। ଏହି କମିଟି ରେ ସଭାପତି ଭାବେ ଡ. ସୁରେଶ ଚନ୍ଦ୍ର ମିଶ୍ର , ସମ୍ପାଦକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ରହିଥିବା ବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନଜୀବି ଦାଶରଥି ସାହୁ, ରାଜେନ୍ଦ୍ର କୁମାର ସାମନ୍ତରାୟ, ସୈାଦାମିନୀ ସ୍ବାଇଁ, ଏମ ଆଉରଙ୍ଗଜେବ , ମହାବିଦ୍ୟାଳୟ ର ଅଧ୍ୟାପକ ହିମାଂଶୁ ଶେଖର ପଟ୍ଟନାୟକ,ଶିବ ପ୍ରସାଦ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ପି.କେ ହୋତା ସଭ୍ୟ ଭାବେ ମନୋନୀତ ହୋଇଛନ୍ତି।
ୟୁଜିସି ଏବଂ ଡିପିଆଇ ଙ୍କ ପକ୍ଷରୁ ଅନ୍ୟ ଦୁଇଜଣ ନାମ ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ର ପରିଚାଳନା କମିଟି ପୂର୍ଣ୍ଣାଙ୍ଗ ହେବବୋଲି ଜଣାପଡିଛି। ଏହି କମିଟି ୩ ବର୍ଷ ପାଇଁ କାର୍ଯ୍ୟ କରିବା ନିମନ୍ତେ ପତ୍ର ସଂଖ୍ୟା ୨୯୯୫ ରେ ଦର୍ଶାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031