Indus Valley Times

ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ

 Breaking News

ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ

ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ
April 13
20:30 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୩/୪ : ଜଟଣୀ ନିକଟସ୍ଥ ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ ଗୋଡ଼ିପୁଟ ମାଟିଆପଡା ଠାରେ ଓଡ଼ିଆ ପକ୍ଷ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଵିତ୍ର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମହାବିଦ୍ୟାଳୟ ପକ୍ଷରୁ ଣଜଝ ସଂଯୋଜକ ଡ଼. ସନ୍ତୋଷ କୁମାର ମିଶ୍ର ଓ,ଘଝଝ ସଂଯୋଜକ ଡ଼. କୁନମୟ ରଞ୍ଜନ ଶତପଥୀଙ୍କ ତତ୍ୱବାଧାନରେ ୧୦୦ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ସମ୍ପର୍କରେ କହିଥିଲେ ସମସ୍ତେ ମାତୃଭାଷା,ମାତୃଭୂମିକୁ ସମ୍ମାନ ଦେବା ଉଚିତ।
ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031