Legatus

ପଂଚାୟତ ସମିତି ବୌଦ୍ଧ ଦ୍ୱାରା ଦୁଇ ଦିନିଆଁ କର୍ମଶାଳାର ଶୁଭଉଦଘାଟନ

 Breaking News

ପଂଚାୟତ ସମିତି ବୌଦ୍ଧ ଦ୍ୱାରା ଦୁଇ ଦିନିଆଁ କର୍ମଶାଳାର ଶୁଭଉଦଘାଟନ

January 21
10:51 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧: ବୌଦ୍ଧ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ (ଦ୍ଵିତୀୟ ପର୍ଯ୍ୟାୟ ) ପ୍ରଶିକ୍ଷଣ ଶିବିର ଅଦ୍ୟ ତା.୨୦.୨.୨୦୨୪ ରିଖ ସନ୍ଧ୍ୟା ୫.୩୦ ମି. ସମୟରେ ଉଦଯାପିତ ହୋଇଯାଇଛି ।
ଗତକାଲି ତା.୧୯.୧.୨୪ ରିଖ ଦିନ ଏହି କର୍ମଶାଳା ର ଶୁଭଉଦଘାଟନ ହୋଇଥିଲା । ପଂଚାୟତ ସମିତି ବୌଦ୍ଧ ଦ୍ୱାରା ଏହି ଦୁଇ ଦିନିଆଁ କର୍ମଶାଳା ପଂଚାୟତ ସମିତି, ବୌଦ୍ଧ ର ସମ୍ମିଳନୀ କକ୍ଷରେ ବ୍ଲକ କଳା ସଂସ୍କୃତି ସଂଘର ସହଯୋଗକ୍ରମେ ଅନୁଷ୍ଠିତ ହୋଇଯାଇଛି ପି.ଏ ରଞ୍ଜିତ ମହାନ୍ତି ଏହି କର୍ମଶାଳାରେ ସମସ୍ତ କଳାକାରଙ୍କୁ ସ୍ୱାଗତ ଏବଂ କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।କ୍ଷ
ସଂସାଧାନ କର୍ମୀ ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ, ବ୍ଲକ କଳା ସଂସ୍କୃତି ସଂଘର ଉପଲକ୍ଷେ ସଭାପତି ସ୍ୱାଧୀନ କୁମାର ପରିଡା ଉପସ୍ଥିତ ରହି ସମସ୍ତ କଳାକାରଙ୍କୁ ତାଲିମ ପ୍ରଦାନ କରିଥିଲେ ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡ୍ଡୁ ଏହି କର୍ମଶାଳାରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରିତାକାନ୍ତି ବଳିଆରସିଂହ ଯୋଗ ଦେଇ କଳାକାର ମାନେ ପାଲା, ଦାସକାଠିଆ ମାଧ୍ୟମରେ ଗାଁ ଗାଁ ରେ ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସଚେତନ କରିବା ପାଇଁ କଳା ସର୍ବ ଶ୍ରେଷ୍ଠ ମାଧ୍ୟମ ବୋଲି ମତ ବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ, କଳାକାରମାନେ ସହଯୋଗ କରିଥିଲେ ।ଜି.ପି.ଡି.ଇ.ଓ.ବିରଞ୍ଚି ନାରାୟଣ ପଣ୍ଡା କର୍ମଶାଳା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ବ୍ଲକର ବଡ ବାବୁ ନିରଞ୍ଜନ ପାଢ଼ୀ ଏବଂ କନିଷ୍ଠ ରାଜସ୍ବ ସହାୟକ ସାନନ୍ଦ ସାହୁ କଳାକାରଙ୍କ ପଞ୍ଜିକରଣ ଏବଂ ଅନ୍ୟାନ୍ୟ କାମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930