Indus Valley Times

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

 Breaking News

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

October 10
19:01 2024

ମୁମ୍ବାଇ,୧୦/୧୦ : ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି।
ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି। ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା।
ପାର୍ସି ପରମ୍ପରା କ୍ରମେ ଶରୀରକୁ ଶବଗୃହରେ ରଖଯାଏ। ସେଠାରେ ଚିଲ-ଶାଗୁଣା ଶବକୁ ଖାଇଥାନ୍ତି। କିନ୍ତୁ ବର୍ତ୍ତମାନ ଚିଲ-ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ପାର୍ସୀ ପରମ୍ପରାରେ ଇଲେକ୍ଟ୍ରିକ୍ ଚୁଲାରେ ମୃତ ଶରୀର ପୋଡିବାର ପରମ୍ପରାକୁ ଆପଣାଯାଇଛି। ଏହି ପରମ୍ପରାକୁ \’ଡକହମ\’ କୁହାଯାଏ।ଏହି ନିୟମ ଅନୁସାରେ ରତନ ଟାଟାଙ୍କ ମରଶରୀରକୁ ଇଲେକ୍ଟିକ୍ ଚୁଲାରେ ପୋଡ଼ା ଯାଇଛି।
ଗତକାଲି ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରତନ ଟାଟା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।
ସେ ଭାରତୀୟ ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଚେହେରା ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ରତନ ଟାଟାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930