Indus Valley Times

ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନ: “ସମାଜର ମୁଖ୍ୟ ସ୍ରୋତର ବାହକ ନାରୀ; ସେମାନଙ୍କ ସ୍ବାବଲମ୍ବନ, ସମାଜକୁ ଦେବ ନୂତନ ଦିଗ୍ ଦର୍ଶନ

 Breaking News

ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନ: “ସମାଜର ମୁଖ୍ୟ ସ୍ରୋତର ବାହକ ନାରୀ; ସେମାନଙ୍କ ସ୍ବାବଲମ୍ବନ, ସମାଜକୁ ଦେବ ନୂତନ ଦିଗ୍ ଦର୍ଶନ

December 18
22:29 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧୨: ସମାଜ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ପାରୁଥିବାରୁ ତାକୁ ସମାଜ ର ଅଗ୍ରପୂଜ୍ୟା ବୋଲି ସମ୍ମାନ ଦେବାସହ ସେହି ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁ ବର୍ଗରେ ଚେଷ୍ଟା ରହିବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀ ଠାରେ ଆୟୋଜିତ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ଚତୁର୍ଥ ଦିନରେ ନାରୀ ସଶକ୍ତି କରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବି. ଡି.ଓ. ସୁଶ୍ରୀ ସ୍ମିତା ରଥ, ଆର୍କିଟେକ୍ଟ ସୁଶ୍ରୀ ସୁମନ ଷଡ଼ଙ୍ଗୀ ଓ ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।
ହରଭଙ୍ଗା ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ବେଣୁଧର ମହାପାତ୍ର ଏହି କର୍ମଶାଳାରେ ନାରୀ ମାନଙ୍କ ସଶକ୍ତି କରଣ, ଲୁକ୍ କାୟିତ ପ୍ରତିଭାର ବିକାଶ ତଥା ସ୍ବାବଲମ୍ବୀ ହେବା ପାଇଁ ମାର୍ଗଦର୍ଶନ କରି ଥିଲେ,ମହୋତ୍ସବ କମିଟି ର ସଭାପତି ବିଶ୍ୱଜିତ ମିଶ୍ର କାର୍ଯ୍ୟ କ୍ରମରେ ଅଧ୍ୟକ୍ଷତା କରି ଥିଲା ବେଳେ ସଦସ୍ୟ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ,ଏହି ଅବସରରେ ବୌଦ୍ଧ ର କଣ୍ଠଶିଳ୍ପୀ ଦେବାଶିଷ ମିଶ୍ର ଓ ହରଭଙ୍ଗାର କଣ୍ଠଶିଳ୍ପୀ ପ୍ରମୋଦିନି ଦେଈ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତ ରୁ ମହିଳା ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ, ଶେଷରେ ସଙ୍ଗୀତଜ୍ଞ ବ୍ରହ୍ମା କୁମାର ଏବଂ ସାଥୀ ସଙ୍ଗୀତ ପରିବେଷଣ କରି ଥିଲେ।
ଓସିଏ ଭିଜନ-୨୦୨୪: ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ, ମହାନଦୀ ସ୍ପୋର୍ଟିଂ ବିଜୟୀ
ବୌଦ୍ଧ,୧୮/୧୨: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କଚେରୀ ପଡିଆରେ ଚାଲୁଥିବା ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟର ୧୪ତମ ମ୍ୟାଚ ଆଜି ଜେବିସି ଓ ମହାନଦୀ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଇନିଙ୍ଗସରେ ମହାନଦୀ ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୭ ୱିକେଟ ବିନିମୟରେ ୩୫ ଓଭରରେ ୨୧୬ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଅନୁରାଗ କନୌଜିଆ ୮୪ବଲ୍‌ରେ ୧୦୩ ରନ୍‌, ପ୍ରେମ ପ୍ରତୀକ ମହାପାତ୍ର ୫୭ ବଲ୍‌ରେ ୩୮ସଂଗ୍ରହ କରିଥିଲେ ।
ଜେବିସି ତରଫରୁ ଏସ୍‌. ଦାନୀ, ବିଶ୍ୱଜିତ ମହାଲିକ ଏବଂ ଅନୁଭବ ଘିବେଲା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହାର ଜବାବରେ ଜେବିସି ଦଳ ୨୩.୩ ଓଭରରେ ସମସ୍ତ ୱିକେଟ ହରାଇ ୧୧୩ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମହାନଦୀ ସ୍ପୋର୍ଟିଂ ୧୦୩ ରନ୍‌ରେ ବିଜୟୀ ହୋଇଛି । ଜେବିସି ଦଳର ଏସ. ଦାନୀ ୩୨ବଲ୍‌ରେ ୩୩ ରନ୍‌, ସୂର୍ଯ୍ୟ ନାରାୟଣ ୪୩ ବଲ୍‌ରୁ ୨୨ରନ୍‌, ବିଶ୍ୱଜିତ ମଲ୍ଲିକ ୧୯ ବଲ୍‌ରେ ୧୭ ରନ୍ କରିଥିଲେ । ମହାନଦୀ ଦଳ ତରଫରୁ ରଶ୍ମି ରଞ୍ଜନ ପ୍ରଧାନ ୨ଟି ୱିକେଟ ନେଇଥିବାବେଳେ ଅନୁରାଗ କନୌଜିଆ ସର୍ବାଧିକ ୫ଟି ୱିକେଟ ହାସିଲ କରିଛନ୍ତି । ଆଜିର ମ୍ୟାଚକୁ ଅଂପାୟାର ଭାବେ ବିଶ୍ୱଜିତ ପୁରୋହିତ ଓ ସ୍ୱାଧୀନ ବେହେରା ପରିଚାଳନା କରିଥିବାବେଳେ ସ୍କୋରରଭାବେ ରବିନାରାୟଣ ସ୍ୱାଇଁ ଦାୟିତ୍ୱ ତୁଲାଇଥିଲେ ।
ହରଭଙ୍ଗା ବ୍ଳକରେ କଳାକାର ଭତା ପାଇଁ ସାମର୍ଥ୍ୟ ପରିକ୍ଷା ଅନୁଷ୍ଠିତ
ବୌଦ୍ଧ, ୧୮/୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିଯୋଗିତାରେ ବ୍ଳକର ୧୫୪ ଜଣ ଆବେଦନ କରିଥିବା ବେଳେ ଭାଗ ନେବା ପାଇଁ ୧୨୨ କଳାକାର ଉପସ୍ଥିତ ଥିଲେ । ଏହି ଚୟନ ପ୍ରକ୍ରିୟାରେ ହରଭଙ୍ଗା ବିଡିଓ ସ୍ମିତା ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ ଅତିଥି ଭାବରେ ଯୋଗଦେଇଥିବାବେଳେ ବିଚାରକ ଭାବରେ ନାଟ୍ୟ ନିର୍ଦ୍ଦେଶକ ଦେବାଙ୍ଗନ ମେହେର,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସହଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନ ପ୍ରଧାନ , ବାଞ୍ଛାନିଧି ପ୍ରଧାନ, ବ୍ଳକ ସମାଜିକ ସୁରକ୍ଷା ଅଧିକାରୀ ସୁନିଲ ମହାନ୍ତି , ସେକସନ ଅଫିସର ବିଜୟ ପାଢୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅବସରରେ ବିଡିଓ ସ୍ମିତା ରଥ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଚୟନ ପ୍ରକିୟା ଦ୍ୱାରା ଉପଯୁକ୍ତ କଳାକାର ମନୋନୟନ ହୋଇ ଭତା ପାଇପାରିବେ ବୋଲି ପ୍ରକାଶ କରିଥଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031