Indus Valley Times

ପଞ୍ଚାୟତ ନିର୍ବାଚନ ନେଇ ଗେଜେଟ୍ ବିଜ୍ଞପ୍ତି: ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା

 Breaking News

ପଞ୍ଚାୟତ ନିର୍ବାଚନ ନେଇ ଗେଜେଟ୍ ବିଜ୍ଞପ୍ତି: ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା

December 25
12:07 2021

ଭୁବନେଶ୍ୱର ୨୫।୧୨: ପଞ୍ଚାୟତ ନିର୍ବାଚନ ନେଇ ଶନିବାର ଦିନ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇନ ବିଭାଗ ପକ୍ଷରୁ ପ୍ରକାଶ ହେଲା ଗେଜେଟ୍ ବିଜ୍ଞପ୍ତି । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି ।
ତେବେ ବିଜ୍ଞପ୍ତି ଅନୁସାରେ, ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବା ବାଧ୍ୟତାମୂଳକ । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ନିୟମ ଲାଗୁ ହେବ । ଏନେଇ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ ବିଭାଗ । ଏହାଦ୍ୱାରା ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031