Indus Valley Times

ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ କଲେ ରାଜ୍ୟ ନିର୍ବାଚନ ଆୟୋଗ, ସଭାରେ ସାମିଲ ହୋଇପାରିବେ ୩ ଶହ ଲୋକ

 Breaking News

ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ କଲେ ରାଜ୍ୟ ନିର୍ବାଚନ ଆୟୋଗ, ସଭାରେ ସାମିଲ ହୋଇପାରିବେ ୩ ଶହ ଲୋକ

ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ କଲେ ରାଜ୍ୟ ନିର୍ବାଚନ ଆୟୋଗ, ସଭାରେ ସାମିଲ ହୋଇପାରିବେ ୩ ଶହ ଲୋକ
February 07
15:59 2022

ଭୁବନେଶ୍ୱର,୭/୨: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଆଉ ମାତ୍ର ଅଳ୍ପ ଦିନର ବ୍ୟବଧାନ । ଏପରି ସମୟରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଲାଗୁ ହୋଇଥିବା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।
ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ। ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।
ଗତ କିଛି ଦିନ ଧରି କରୋନା ଗ୍ରାଫ ତଳମୁହାଁ ଥିବା ବେଳେ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ରାଜ୍ୟ ନିର୍ବାଚନ କମିଶନରଙ୍କ କହିବାନୁଯାୟୀ, ପଞ୍ଚାୟତ ନିର୍ବାଚନ ନିମନ୍ତେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ୫ ଜଣଙ୍କୁ ନେଇ ପ୍ରଚାର ନିମନ୍ତେ ଅନୁମତି ମିଳିଥିବା ବେଳେ ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ।
ଏହାବାଦ ପୂର୍ବରୁ ରାଜନୈତିକ ସଭାକୁ ଅନୁମତି ମିଳି ନ ଥିବା ବେଳେ ଏବେ ମିଳିଛି ଗ୍ରୀନ୍ ସିଗନାଲ। ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା । କିନ୍ତୁ ଏହି ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ପୂର୍ବପରି ରାଲି, ପଦଯାତ୍ରା, ବାଇକ ରାଲି ଉପରେ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ ।
ଏହାବାଦ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ୮୦, ୯୦% ପୁଲିଂ ଷ୍ଟାଫଙ୍କୁ ପ୍ରିକସନାରି ଡୋଜ ଦିଅସରିଛି। ଅନ୍ୟମାନଙ୍କୁ ଆସନ୍ତା ୨ ଦିନରେ ଦିଆଯିବ। ଏହାବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କି ଅଧିକାଂଶ ଜିଲ୍ଲାରେ ସରିଯାଇଛି। ଅନ୍ୟ ଜିଲ୍ଲାରେ ଆସନ୍ତା ୨ ଦିନରେ ଶେଷ ହେବ ।
ସୂଚନାଯୋଗ୍ୟ, କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ।
ଏନେଇ ବିଧିବଦ୍ଧ ଘୋଷଣା କରି ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ବୋଲି କହିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଏହାବାଦ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି, ପ୍ରଥପାନ୍ତ ସଭା ଆଦି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଥିଲା ।
କେବଳ ସର୍ବାଧିକ କୋଭିଡର ଉଭୟ ଡୋଜ୍ ଟିକା ନେଇଥିବା ଅବା ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି କୁହାଯାଇଥିଲା। ହେଲେ ଏବେ ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ୨ ହଜାର ତଳେ ରହିଛି ଟ୍ରେଣ୍ଡ। ତେଣୁ ନିର୍ବାଚନ ପ୍ରଚାର ନିମନ୍ତେ ଲାଗୁ ହୋଇଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031