Indus Valley Times

ପଞ୍ଚାୟତ ଭୋଟ ପାଇଁ ବଡ଼ ଘୋଷଣା : ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା

 Breaking News

ପଞ୍ଚାୟତ ଭୋଟ ପାଇଁ ବଡ଼ ଘୋଷଣା : ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା

January 18
12:37 2022

ଭୁବନେଶ୍ୱର ୧୮/୧ : ପଞ୍ଚାୟତ ଭୋଟ ପାଇଁ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ନିର୍ବାଚନ ଆୟୋଗ ।
ଘୋଷଣା ଅନୁଯାୟୀ, ପୂର୍ବରୁ ଥିବା ମୃତ୍ୟୁ ଜନିତ ଅନୁକମ୍ପା ରାଶି ବଢ଼ାଇଯାଇଛି । ଏଣିକି ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ହେଲେ ମିଳିବ ଏହି ଅନୁକମ୍ପା । ସେହିପରି ଯଦି ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲା । ତେବେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବ । ହିଂସାରେ ଯଦି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ତେବେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ । ସେହିଭଳି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ । ନିକଟ ସମ୍ପର୍କୀୟଙ୍କୁ ଏହି ଅନୁକମ୍ପା ରାଶି ଦେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031