Indus Valley Times

ପଦ୍ମପୁରରେ ଆଜି ହାଇ ଭୋଲଟେଜ୍ ପ୍ରଚାର, ମଇଦନାକୁ ଓହ୍ଲାଇବେ ନବୀନ ଓ ଅପରାଜିତା

 Breaking News

ପଦ୍ମପୁରରେ ଆଜି ହାଇ ଭୋଲଟେଜ୍ ପ୍ରଚାର, ମଇଦନାକୁ ଓହ୍ଲାଇବେ ନବୀନ ଓ ଅପରାଜିତା

December 02
10:26 2022

ବରଗଡ଼,୨/୧୨: ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିବ ପଦ୍ମପୁର ଉପନିର୍ବାଚନ। ପ୍ରଚାର ପାଇଁ ଆଜି ପଦ୍ମପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ। ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ ବସାଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମଂଜୁରୀ ଦିଅନ୍ତୁ। ପଦ୍ମପୁରକୁ ଜିଲ୍ଲା ଗଠନର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ।
ପଦ୍ମପୁର ଉପନିର୍ବାଚନ ଲାଗି ଶୁକ୍ରବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ୩ଟି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ । ବିଜେଡି ପ୍ରାର୍ଥୀ ବର୍ଷାସିଂ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୩ ସଭାସ୍ଥଳ ପାଇଁ ସ୍ୱତନ୍ତ୍ର ଭାବେ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି ।
ସେହିକ୍ରମରେ ଝାରବନ୍ଧ ଶକ୍ତି ଖେଳପଡ଼ିଆ, ପାଇକମାଳ ପଡ଼ିଆ ଓ ପଦ୍ମପୁର ଷ୍ଟାଡ଼ିୟମରେ ବିଜେଡି ସଭା ଆୟୋଜନ କରାଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟେଜ ନିର୍ମାଣ କାର‌୍ୟ୍ୟ ଶେଷ ହୋଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ ତାରିଖ ଦିନ ୧୦ଟାରୁ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ଏଆରକ୍ରାଫ୍ଟ ସାହାଯ୍ୟରେ ଆସି ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପରେ ପୂର୍ବାହ୍ନ ୧୧ଟାରେ ଓହ୍ଲାଇବେ ।
ସେଠାରୁ ହେଲିକପ୍ଟରରେ ପ୍ରଥମେ ଝାରବନ୍ଧ ବ୍ଲକର ଶକ୍ତିଛକରେ ନିର୍ମିତ ହେଲିପ୍ୟାଡ୍ରେ ଓହ୍ଲାଇ ୧୧ଟା ୨୫ରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ।
ମଧ୍ୟାହ୍ନ ୧୨ଟା ୧୦ରେ ସେଠାରୁ ବାହାରି ସାଢ଼େ ୧୨ଟାରେ ପାଇକମାଳରେ ଓହ୍ଲାଇ ପାଇକମାଳ ଏମ୍ଇ ସ୍କୁଲ୍ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ଉଦ୍ବୋଧନ ଦେବେ ।
ଅପରାହ୍ନ ୧ଟା ୧୫ରେ ପାଇକମାଳରୁ ବାହାରି ସାଢ଼େ ଗୋଟାଏରେ ପଦ୍ମପୁର-ଗାଇସିଲାଟ ରାସ୍ତାରେ ଥିବା ଟାଉନ ହାଇସ୍କୁଲ୍ ପଡ଼ିଆରେ ଓହ୍ଲାଇ ନିକଟସ୍ଥ ଆର୍ଏଲ୍ କଲ୍ୟାଣ ମଣ୍ଡପରେ ମଧ୍ୟାହ୍ନ ଭୋଜନ କରିବେ ।
ପରେ ଅପରାହ୍ନ ସାଢ଼େ ୩ଟାରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ ଜନସମର୍ଥନ ଲୋଡ଼ିବେ । ଅପରାହ୍ନ ସାଢ଼େ ୪ଟାରେ ସତୀଭଟା ଏୟାରଷ୍ଟ୍ରିପ୍ରୁ ବାହାରି ୫ଟା ୨୦ ମିନିଟ୍ରେ ଭୁବନେଶ୍ୱରରେ ପହଞ୍ଚିବାର କାର‌୍ୟ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031