Indus Valley Times

ପଦ୍ମ ଧରିବା ପରେ ବିଜେଡି ଉପରେ ବର୍ଷିଲେ ପ୍ରଭାତ, କହିଲେ- ବଣିଆ ହୋଇ ସୁନା ଚିହ୍ନିଲେ ନାହିଁ

 Breaking News

ପଦ୍ମ ଧରିବା ପରେ ବିଜେଡି ଉପରେ ବର୍ଷିଲେ ପ୍ରଭାତ, କହିଲେ- ବଣିଆ ହୋଇ ସୁନା ଚିହ୍ନିଲେ ନାହିଁ

ପଦ୍ମ ଧରିବା ପରେ ବିଜେଡି ଉପରେ ବର୍ଷିଲେ ପ୍ରଭାତ, କହିଲେ- ବଣିଆ ହୋଇ ସୁନା ଚିହ୍ନିଲେ ନାହିଁ
July 12
19:28 2026

ଭୁବନେଶ୍ବର, ୧୨/୭ : ବରିଷ୍ଠ ନେତା ତଥା ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।
ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ ନିଜର ଶହଶହ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଆଜି ସକାଳୁ କଟକ ମହାନଦୀ ବିହାରସ୍ଥିତ ବାସଭବନରେ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କ ଫଟୋ ଦେଖିବାକୁ ମିଳିଥିଲା। ସମର୍ଥକମାନେ ହାତରେ ବ୍ୟାନର ଧରି ବେଶ୍ ଖୁସି ଦେଖାଯାଉଥିଲେ।
ଦୀର୍ଘଦିନ ହେବ ପ୍ରଭାତ ବିଶ୍ଵାଳ ବିଜେଡିରେ ରହିଥିଲେ। କିନ୍ତୁ ଆଜି ନୂଆ ବ୍ୟାନର ଅର୍ଥାତ୍ ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କୁ ଦେଖିବାକୁ ମିଳିଥିଲା। ପ୍ରଭାତ ବିଜେପିରେ ଯୋଗ ଦେବା ପରେ ଚୌଦ୍ବାର-କଟକରେ ବିଜେଡି ଗଡ଼ ଭୁଶୁଡ଼ି ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଅଞ୍ଚଳରେ ବିଜେଡିର ସ୍ଥିତି କ’ଣ ହେଉଛି ଆଗାମୀ ସମୟ କହିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031