Indus Valley Times

ପଦ୍ମ ଧରିଲେ ବିଜେଡି କର୍ମୀ, ଧର୍ମଶାଳାରେ ବିଜେପିର ଶକ୍ତି ପ୍ରଦର୍ଶନ; ମନମୋହନ କହିଲେ, ୭୮ ବର୍ଷରେ ଯାହା ହୋଇନି ୫ ବର୍ଷରେ ହେବ

 Breaking News

ପଦ୍ମ ଧରିଲେ ବିଜେଡି କର୍ମୀ, ଧର୍ମଶାଳାରେ ବିଜେପିର ଶକ୍ତି ପ୍ରଦର୍ଶନ; ମନମୋହନ କହିଲେ, ୭୮ ବର୍ଷରେ ଯାହା ହୋଇନି ୫ ବର୍ଷରେ ହେବ

September 10
14:52 2025

ଭୁବନେଶ୍ବର, ୧୦/୯ : ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ପରିବର୍ତ୍ତନ ହେବା ପରେ ଯାଜପୁର ଜିଲ୍ଲାର ବିଜେଡି ଗଡ଼ ଦୋହଲିସାରିଲାଣି।
ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଐତିହାସିକ ମହା ମିଶ୍ରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଏକ ବିରାଟ ‌ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ।
ଏହି ଅବସରରେ ଏହି କାର‌୍ୟ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି, ଧର୍ମଶାଳା ମାଟିରେ ବିଜେଡିର ରଙ୍ଗ ଲିଭିଯାଇଛି ଏବେ କେବଳ ବିଜେପିର ରଙ୍ଗରେ ରଙ୍ଗାୟିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଏକ ହଜାରରୁ ଅଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଏଭଳି କାର‌୍ୟ୍ୟକ୍ରମ ଧର୍ମଶାଳା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଏଠାରେ ବିଜେପି ପକ୍ଷରୁ ଅଭୂତପୂର୍ବ ଶକ୍ତି ପ୍ରଦର୍ଶନ କରାଯାଇଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଯାଜପୁରରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଏଠାରୁ ବିଜେପିର ୪ ବିଧାୟକ ଓ ଜଣେ ସାଂସଦ ବିଜୟୀ ହୋଇଛନ୍ତି। ମା‘ ବିରଜାଙ୍କ କୃପା ଓ ଏଠାକାର ଜନସାଧାରଣଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇଛି।
ମା ବିରଜା କେବେ ବି ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ। ବିଜେପି ସରକାର ସମସ୍ତ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ବିଜେପି ସରକାର ସୁଭଦ୍ରା ଯୋଜନା କରି ମହିଳାମାନଙ୍କୁ ସଶକ୍ତ କରିଛି। ଧାନର ମୂଲ୍ୟ ଇନପୁଟ୍ ସବସିଡି ୮୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ବିଜେଡି ୨୫ ବର୍ଷ ଭିତରେ ବିକାଶର ତଣ୍ଟି ଚିପିଦେଇଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ବିକାଶକୁ ଗତି ଦେଇଛି।
ଏହି କାର‌୍ୟ୍ୟକ୍ରମରେ ୩୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିବା କୁହାଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯିବା ସହ ଦଳର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି। ଏଥିରେ ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହେବେ। ବିଜେପି ଇତିମଧ୍ୟରେ ଦୁଇଟି ବ୍ଲକ୍ ବଡ଼ଚଣା, ଧର୍ମଶାଳାକୁ ଅକ୍ତିଆର କରିସାରିଛି। ଏବେ ଅବଶିଷ୍ଟ ବ୍ଲକ୍‌ରୁ ବିଜେଡିକୁ ନିଶ୍ଚିହ୍ନ କରିବା ବିଜେପିର ଲକ୍ଷ୍ୟ ବୋଲି ବିଜେପି ଜିଲ୍ଲା ସଭାନେତ୍ରୀ କହିଛନ୍ତି।
ଏଥିରେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସମେତ ଦଳର ଅନେକ ଛାମୁଆନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରଭାବ କେବଳ ଯାଜପୁର ଜିଲ୍ଲାରେ ପଡ଼ିବ, ତାହା ନୁହେଁ, ବରଂ ସାରା ରାଜ୍ୟରେ ପଡ଼ିବ ବୋଲି ବିଜେପି ନେତାମାନେ ଆଶା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930