Legatus

ପବଜୀ ସାଜିଲା ମୃତ୍ୟୁଦୂତ, ଅନଲାଇନ ଖେଳି ଖେଳି ଜୀବନ ହାରିଦେଲେ ଆଶିଷ

 Breaking News

ପବଜୀ ସାଜିଲା ମୃତ୍ୟୁଦୂତ, ଅନଲାଇନ ଖେଳି ଖେଳି ଜୀବନ ହାରିଦେଲେ ଆଶିଷ

ପବଜୀ ସାଜିଲା ମୃତ୍ୟୁଦୂତ, ଅନଲାଇନ ଖେଳି ଖେଳି ଜୀବନ ହାରିଦେଲେ ଆଶିଷ
November 11
13:06 2023

ସୋର,୧୧/୧୧: ବାଲେଶ୍ବର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ର ଅନଲାଇନ ଗେମ ଖେଳି ଜୀବନ ହାରିଥିବା ଜଣାପଡ଼ିଛି। ଛାତ୍ରଜଣଙ୍କ ହେଲେ ଗ୍ରାମର ଶରତ ଚନ୍ଦ୍ର ମଳିକଙ୍କ ସାନ ପୁଅ ଆଶିଷ କୁମାର ମଳିକ(୧୭)। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ।
ଗତକାଲି କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ ଆଶିଷ। ତାଙ୍କ ମା ଖାଇବା ପାଇଁ ଡାକିବା ବେଳେ ସେ କବାଟ ଖୋଲିନଥିଲେ। କିନ୍ତୁ ପରିବାର ଲୋକେ ଓ ଗ୍ରାମବାସୀମାନେ କବାଟ ଭାଙ୍ଗି ଆଶିଷକୁ ଫ୍ୟାନ ଯୋଗେ ବେକରେ ରଶୀ ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ଜବତ କରି ୮୩/୨୩ ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31