Legatus

ପରପାରିରେ ଡାକ୍ତର ଭୁବନାନନ୍ଦ ମହାରଣା, ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

 Breaking News

ପରପାରିରେ ଡାକ୍ତର ଭୁବନାନନ୍ଦ ମହାରଣା, ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

January 24
11:51 2024

କଟକ, ୨୪/୧ : କଟକ ଝଉଈର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।
ଭୁବନାନନ୍ଦ ମହାରଣା ମସ୍ତିଷ୍କାଘାତରେ ପୀଡ଼ିତ ହେବା ପରେ,ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ତାଙ୍କର ବ୍ରେନ ସର୍ଜରୀ ପରେ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଡାକ୍ତର ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା
ନିଜର କାର୍ଯ୍ୟ ଦକ୍ଷତା ପାଇଁ ବେଶ ପରିଚିତ ଥିଲେ ଡାକ୍ତର ଭୁବନାନନ୍ଦ ମହାରଣା। ଏସସିବି ସହ ତାଙ୍କର ଦୀର୍ଘ ୫୦ ବର୍ଷର ସଂପର୍କ ଥିଲା।୧୯୭୩ ମସିହାରେ ଗଈଈଝ ଛାତ୍ର ଭାବେ ସେ ଏସସିବି ମେଡିକାଲ କଲେଜରେ ଯୋଗ ଦେଇଥିଲେ। ୧୯୮୩ରେ ଏସସିବି ମେଡିକାଲରୁ ଚଏ ପାସ୍ କରି ସେଠାରେ ଆଶୁ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଏସସିବିର ଜରୁରୀକାଳୀନ ଅଧିକାରୀ ହୋଇଥିଲେ।
ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇ ଡା.ଭୁବନାନନ୍ଦ ମହାରଣା ପ୍ରଶଂସିତ ହୋଇଥିଲେ। କରୋନା ସମୟରେ ସମୟପୋଯୋଗୀ ପରାମର୍ଶ ଦେଇ ଅନେକ ଧନଜୀବନ ରକ୍ଷା କରିଥିଲେ। ଏହାସହିତ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କୁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡା.ଭୁବନାନନ୍ଦ ମହାରଣାଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930