Indus Valley Times

ପରିବେଶ ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର ବାଲିଗୁଡା

 Breaking News

ପରିବେଶ ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର ବାଲିଗୁଡା

December 11
23:21 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଜଙ୍ଗଲ କୁ କେମିତି ଭାବରେ ନିଆଁ ଦାଉରୁ ରକ୍ଷା କରିବା ଓ ପୋଡ଼ୁ ଚାଷ ଜଙ୍ଗଲ ସୁରକ୍ଷା ସହିତ ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ସେଥିପାଇଁ ସଚେତନ କରାଇଥିଲେ । ଏହି ସଚେତନ ଶିବିର କୋଟଗଡ଼ ବନବିଭାଗ ରେଞ୍ଜର ଅଧିକାରୀ ସୂର‌୍ୟ୍ୟକାନ୍ତ ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା ଶିବିର କୁ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ ,ନାଏବ ସରପଞ୍ଚ ଓ ୱାଡ଼ ମେମ୍ବର ଯୋଗଦେଇଥିଲେ । ବନ ବିଭାଗ ପକ୍ଷରୁ ଜନ ସାଧାରଣ ଙ୍କୁ ସଚେତନ କରାଇବା ସହ ପୋଡ଼ୁ ଚାଷ ରୁ ବାହାରି କେମିତି ଫଳ,ପନି ପରିବା ଚାଷକରି ପାରିବେ ସେଥି ପାଇଁ ସରକାରୀ ବିଭାଗ ସହଯୋଗ କରିବ ।ସଚେତନ ସହ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଓ ଜଙ୍ଗଲ ସୁରକ୍ଷା କରିବାକୁ ଶପଥ ପାଠ କରାଇଥିଲେ । ଏହି କାର‌୍ୟ୍ୟକ୍ରମ କୁ ବନ ପାଳ ପ୍ରଭାତ କୁମାର ଦୋରା ସଞ୍ଚାଳନ କରିଥିଲେ ।
କେନ୍ଦୁ ପତ୍ର ରେଞ୍ଜର ସୁଜିତ କୁମାର ସାମଲ, ଷ୍ଟେସନ ଅଧିକାରୀ ଅଗ୍ନିଶମ ବିଭାଗ ତରଫରୁ ଭୀମସେନ ବେହେରା , ସାଂସଦ ପ୍ରତିନିଧି ମନୋଜ କୁମାର ସାବତ , ସୁରୁଦା ପ୍ରଧାନ ବିଧାୟକ ପ୍ରତିନିଧି ଆଦି ଉପସ୍ଥିତ ରହି ପରିବେଶ ସୁରକ୍ଷା,ଜଳବାୟୁ ପରିବର୍ତନ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ଜନ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ ।


ଗଦାପୁରରେ ପାନୀୟ ଜଳର ଉତ୍କଟ ସମସ୍ୟା : ବିଦ୍ୟୁତ ବିଭାଗ ଦାଉ ସାଧୁଛି : ପଞ୍ଚାୟତ କତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛି
ବାଲିଗୁଡା,୧୧/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ନିମନ୍ତେ ସମସ୍ତ ସୁବିଧା ଅଛି ।
ଗଦାପୁର ଗ୍ରାମର ଓଡ଼ିଆ ସାହି, ପାଣ ସାହି, ଆଦିବାସୀ ସାହି, ବଜାର ସାହି ରେ ପ୍ରାୟ ସାତସହ ପରିବାର ବସବାସ କରୁଛନ୍ତି । ବସୁଧା ଯୋଜନାରେ ଏହି ଗ୍ରାମର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । କିଛି ଦିନ ଲୋକେ ପାନୀୟ ଜଳ ଅଭାବ ରୁ ତ୍ରାହି ପାଇଥିଲେ। କିନ୍ତୁ ପଞ୍ଚାୟତ କତ୍ତୃପକ୍ଷ ଙ୍କ ମନମୁଖୀ କାର‌୍ୟ୍ୟକଳାପ ଯୋଗୁଁ ମାସ ମାସ ଧରି ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।
ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଏକ ବୈଠକ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ମଟର ଅପରେଟର ଙ୍କୁ ପଚାରି ବୁଝିବାରୁ ବିଦ୍ୟୁତ ସଂଯୋଗ ହେଲେ ପାଣି ଯୋଗାଇ ବାରେ କୌଣସି ଅସୁବିଧା ନାହିଁ ବୋଲି କହୁଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ବକେୟା ବିଦ୍ୟୁତ ବିଲ ପୈଠ ନ କଲେ ବିଦ୍ୟୁତ ସଂଯୋଗ ହୋଇପାରିବ ନାହିଁ।
ହେଲେ ଗ୍ରାମବାସୀ ଏ ସମ୍ପର୍କରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ଙ୍କୁ ଲିଖିତ ଜଣାଇବା ପରେ ଗୋଟିଏ ଦିନ ପାଇଁ ପାଣି ପ୍ରଦାନ କରାଯାଇଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ପୁଣି ବନ୍ଦ କରାଯାଇଛି। ଏଣୁ ବାଧ୍ୟ ହୋଇ ଲୋକେ ନଦୀ ନାଳ କିମ୍ବା ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି।ଫଳରେ ବିଭିନ୍ନ ଅଜଣା ରୋଗ ର ଶିକାର ହେଉଥିବା ନଜିର ରହିଛି। କୋଭିଡ ପରେ ଓମିକ୍ରମ ଭଳି ମହାମାରୀ ଦେଶରେ ପ୍ରବେଶ କଲାଣି, ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସମସ୍ତ ସୁବିଧା ଥାଇ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବା ଅତି ଦୁର୍ଭାଗ୍ୟ ର ବିଷୟ ହୋଇଛି ।
ଏଭଳି ସ୍ଥିତିରେ ଲୋକେ ବା କରିବେ କଣ? ଏଣୁ ଲୋକଙ୍କ ସମସ୍ୟା କୁ ହୃଦବୋଧ କରି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଅଶୋକ ପାଲଟା ସିଂ, ଟୁନା ସିଂ, ଅନାଦି ମାଳି, ସୁରଥ ବଡ଼ ନାୟକ, ସୁଶୀ ମନ୍ତ୍ରୀ, ଶୁଭଦ୍ରା ଉଠାନ ସିଂ,ରାସେଣ୍ଟ ପାଲଟା ସିଂ, ପୂର୍ବତନ ସରପଞ୍ଚ ଚିଲିକା ମୁଠାମାଝୀ ସମେତ ସମସ୍ତ ଗ୍ରାମ ବାସୀ ଦାବୀ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031