Indus Valley Times

ପରୀ ହତ୍ୟାକାଣ୍ଡ କୁ ତିନି ମାସରୁ ଉର୍ଦ୍ଧ୍ବ ସମୟ ବିତାଉଥିଲେ ମଧ୍ୟ ଅପରାଧୀ ର ଟେର ପାଉନାହିଁ ପୋଲିସ

 Breaking News

ପରୀ ହତ୍ୟାକାଣ୍ଡ କୁ ତିନି ମାସରୁ ଉର୍ଦ୍ଧ୍ବ ସମୟ ବିତାଉଥିଲେ ମଧ୍ୟ ଅପରାଧୀ ର ଟେର ପାଉନାହିଁ ପୋଲିସ

October 16
20:40 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୧୦: ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପାଞ୍ଚ ବର୍ଷ ର ଝିଅ ପରୀ ହତ୍ୟାକାଣ୍ଡ କୁୁ ଦିର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ବିତାଉଥିଲେ ମଧ୍ୟ ଅପରାଧୀ ର ଟେର ପାଉନାହିଁ ସଦର ଥାନା ପୋଲିସ। ଅପରାଧୀ କୁ ଧରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ସାତ ଦିନର ସମୟ ଦିଆଯାଇଥିଲେ ମଧ୍ୟ ଅପରାଧୀକୁ ଗିରଫ କରିପାରିନାହିଁ ପୋଲିସ। ପରୀ ହତ୍ୟାକାଣ୍ଡ କୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ। ଜିଲ୍ଲା ଏସପି କାର‌୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରି ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦିଆଯିବା ପାଇଁ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସପି ଙ୍କୁ ପ୍ରଦାନ କରିଛନ୍ତି।
ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସତ୍ୟାଗ୍ରହ କାର‌୍ୟ୍ୟକ୍ରମରେ ଜିଲ୍ଲା କଂଗ୍ରେସ କାର‌୍ୟ୍ୟକାରୀ ସଭାପତି ହୁସେନ ଖାନ, କମଳ ଚରଣ ସାହୁ, ମନୋଜ କୁମାର ସାହୁ, ଜୋନ ସଭାପତି ଫକୀର ମଲ୍ଲ, ମଦନ ମୋହନ ବିଶୋଇ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଯୁବକଂଗ୍ରେସ ନେତା ଆଦିତ୍ୟ ପରିଡା, ପ୍ରତୀକ ମହାପାତ୍ର, ଲକ୍ଷ୍ମଣ ଜେନା, ପ୍ରଫୁଲ ପାଟଶାଣୀ, ଅଶୋକ ନାୟକ, ଦୀପକ କୁମାର ନାୟକ, ଛାତ୍ର କଂଗ୍ରେସ କାର‌୍ୟ୍ୟକର୍ତା ଜ୍ୟୋତିରଞ୍ଜନ ଦାଶ, ଅବଦୁଲ ନିଜାମ, ଚିରଞ୍ଜୀବ ପ୍ରଧାନ, ସତ୍ୟଜିତ ପ୍ରଧାନଙ୍କ ସମେତ ପ୍ରାୟ ୬୦ରୁ ଉର୍ଧ୍ଵ ଦଳୀୟ କାର‌୍ୟ୍ୟକର୍ତା ଯୋଗଦେଇଥିଲେ କ୍ଷ
ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ରାଜ୍ୟ ପୋଲିସ ମହାନିର୍ଦେଶକଙ୍କୁ ପ୍ରଦାନ କରାଯାଇଛି କ୍ଷ ପରୀକୁ ନ୍ୟାୟ ଦେବାପାଇଁ ନୟାଗଡ଼ କଂଗ୍ରେସ ଅନୁମତି ନେଇ ରାଜ୍ୟ ପୋଲିସ ମହାନିର୍ଢେସକଙ୍କୁ ଭେଟିବା ସହ ଦଳ ରାଜରାସ୍ତାକୁ ଓଲ୍ଲାଇବ ବୋଲି ଶ୍ରୀ ଦାଶ ପୋଲିସକୁ ଚେତାବନୀ ଦେଇଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031