Indus Valley Times

‘ପରୀ’ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 Breaking News

‘ପରୀ’ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

‘ପରୀ’ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
November 27
13:42 2020

ଭୁବନେଶ୍ବର,୨୭/୧୧: ନୟାଗଡ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ତା’ସହିତ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ପାଇଁ ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।
ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ହେଇଥିଲେ । ଏହାକୁ ନେଇକି ବିରୋଧୀ ଆହୁରି ହୋହାଲା ହୋଇଥିଲେ ।
ଅପରପକ୍ଷେ ବିଧାନସଭା ବାହାରେ ମଧ୍ୟ ପରୀ ମୃତ୍ୟୁକୁ ନେଇ ତାତି ଦେଖିବାକୁ ମିଳିଛି। ପରୀକୁ ନ୍ୟାୟ ଦାବିରେ ଉଭୟ ବିଜେପି ଓ ଯୁବ କଂଗ୍ରେସ ପକ୍ଷରୁ ରାଲି ବାହାର କରାଯାଇଥଇଲା।
ବିଜେପି କର୍ମୀମାନେ ରାଜ୍ୟ କାର‌୍ୟ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି ବାହାର କରିଥିଲେ। ସେମାନେ ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ମନ୍ତ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଲୋୟର ପିଏମଜିରେ ରାଲି କରାଯାଇଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲା ବେଳେ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୁଲିସ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031