Indus Valley Times

ପଶ୍ଚିମା ଝଡ଼ ପ୍ରଭାବ; କାଲିଠୁ ପୁଣି ଛେଚିବ

 Breaking News

ପଶ୍ଚିମା ଝଡ଼ ପ୍ରଭାବ; କାଲିଠୁ ପୁଣି ଛେଚିବ

ପଶ୍ଚିମା ଝଡ଼ ପ୍ରଭାବ; କାଲିଠୁ ପୁଣି ଛେଚିବ
December 27
10:21 2024

ଭୁବନେଶ୍ୱର,୨୭/୧୨: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର।
ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାନ ପାଣିରେ ବୁଡ଼ି ରହିଥିବାବେଳେ ଚାଷୀ ତାହାକୁ ଉଠାଇପାରିନାହିଁ। ପୁଣି ଆଉ ଏକ ବର୍ଷା ଆସୁଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31