Indus Valley Times

ପଶ୍ଚିମା ଝଡ଼ ବର୍ଷା ପ୍ରଭାବରେ ଶୁକ୍ରବାର ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

 Breaking News

ପଶ୍ଚିମା ଝଡ଼ ବର୍ଷା ପ୍ରଭାବରେ ଶୁକ୍ରବାର ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ପଶ୍ଚିମା ଝଡ଼ ବର୍ଷା ପ୍ରଭାବରେ ଶୁକ୍ରବାର ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
February 04
09:27 2022

ବାରିପଦା, ୪/୨: ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଜଣାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି। କାଳେ ଏହି ସମୟରେ କିଛି ଅଘଟଣ ଘଟିବ, ସେଭଳି ଆଶଙ୍କା କରାଯାଇ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ୩ ଦିନ ଧରି ବନ୍ଦ ରଖାଯାଇଥିଲା। ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ମନା ହୋଇଥିଲା। ଏହାପରେ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031