Indus Valley Times

ପାଇପ୍ ଲାଇନ୍ କାମ ବେଳେ ଅଘଟଣ : ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ

 Breaking News

ପାଇପ୍ ଲାଇନ୍ କାମ ବେଳେ ଅଘଟଣ : ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ

January 23
18:17 2024

କେନ୍ଦୁଝର, ୨୩/୧ : ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଛି ଏହି ଘଟଣା।
ମୃତକ ଦ୍ୱୟ ହେଉଛନ୍ତି- ଚରଣ ଲୋହାର ଓ ଅର୍ଜୁନ ଲୋହାର। ସେମାନେ ଯୋଡ଼ାର ତଲକ ହଟିଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି।
ଏକ ଠିକା କମ୍ପାନୀ ଦ୍ୱାରା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲିଥିବା ବେଳେ ମାଟି ଧସି ଯିବାରୁ ଚରଣ ଓ ଅର୍ଜୁନ ତା’ ଭିତରେ ଫସି ଯାଇଥିଲେ। ତେବେ ଆଉ ଜଣେ ଶ୍ରମିକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031