Indus Valley Times

ପାଣି ବଦଳରେ ପରିସ୍ରା ଦେବା ଘଟଣା: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କଲେ କନିଷ୍ଠଯନ୍ତ୍ରୀ

 Breaking News

ପାଣି ବଦଳରେ ପରିସ୍ରା ଦେବା ଘଟଣା: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କଲେ କନିଷ୍ଠଯନ୍ତ୍ରୀ

ପାଣି ବଦଳରେ ପରିସ୍ରା ଦେବା ଘଟଣା: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କଲେ କନିଷ୍ଠଯନ୍ତ୍ରୀ
August 01
11:12 2025

ଆର୍‌.ଉଦୟଗିରି,୧/୮: RWSS ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ସମ୍ପୃକ୍ତ ପିଅନଙ୍କୁ ଆର୍‌. ଉଦୟଗିରି ଥାନା ପୋଲିସ ଶୁକ୍ରବାର ଗିରଫ କରିଛି।
ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ।
ସୂଚନାଯୋଗ୍ୟ, ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଆରଡବ୍ଲ୍ୟୁଏସ୍‌ଏସ୍‌ରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଇବାକୁ ଦିଆଯାଇଥିବା ଏବେ ଲୋକଲୋଚନକୁ ଆସିଛି। ଆରଡବ୍ଲ୍ୟୁଏସ୍‌ଏସ୍‌ରେ ନୂତନ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ କୁମାର ଗୌଡ଼ ଏଠାରେ ଗତ ୨୨ ତାରିଖରେ କାର‌୍ୟ୍ୟରେ ଯୋଗଦେଇଥିଲେ।
ତାଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସରେ ରହିଥିଲେ। ୨୩ରେ ସେ ଖାଇସାରିବା ପରେ ତାଙ୍କ ପାଇଁ ରହିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପିଇବାକୁ ପାଣି ମାଗିଥିଲେ। ସେ ପାଣି ଆଣି ଦେବା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ତାହା ପିଇଥିଲେ।
ମାତ୍ର ଏହି ପାଣି ଖାରିଆ ଲାଗିବାରୁ ସେ ପାଖରେ ଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ପିଇବାକୁ ଦେଇଥିଲେ। ଏହା ଖାରିଆ ଲାଗୁଥିବା ସେମାନେ ମଧ୍ୟ କହିବାରୁ କନିଷ୍ଠଯନ୍ତ୍ରୀ ଗୌଡ଼ ଏହି ପାଣିକୁ ପରୀକ୍ଷା ପାଇଁ ଦେଇଥିଲେ। ଏ ସମ୍ପର୍କରେ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ।
ଏହା ପାଣି ନୁହେଁ,ପରିସ୍ରା ବୋଲି ରିପୋର୍ଟରେ ଉଲ୍ଲେଖ ରହଥିଲା। ପରେ କନିଷ୍ଠଯନ୍ତ୍ରୀ ଗୌଡ଼ ଏହି ରିପୋର୍ଟକୁ ଭିତ୍ତିକରି ଆର. ଉଦୟଗିରି ଥାନାରେ ଏତଲା ଦେଇଥିଲେ। ଏ ସମ୍ପର୍କରେ ଆର. ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗକୁ ଗୁରୁତର ସହ ନିଆଯାଇ ଏହାର ତଦନ୍ତ ଜାରି ରହିଛି। ନଂ. ୮୦/୨୬ରେ ଏକ ମାମଲା ରୁଜୁ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031