Indus Valley Times

ପାତ୍ରଗୁଡ଼ା ୟୁଜି ଏମ ଇସ୍କୁଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

 Breaking News

ପାତ୍ରଗୁଡ଼ା ୟୁଜି ଏମ ଇସ୍କୁଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାତ୍ରଗୁଡ଼ା ୟୁଜି ଏମ ଇସ୍କୁଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
March 24
19:49 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା,୨୪/୩ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନସ୍ତ ପାତ୍ରଗୁଡା ୟୁ,ଜି,ଏମ୍ ଇସ୍କଲ ର ୨୦୨୫ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ରତ୍ନାଳୁଙ୍କ ଅଧ୍ୟକ୍ଷତା ଓ ଆମ ସଂସ୍କୃତି ଆମ ଖେଳନା ତରଫରୁ ପାଳନ କରାଯାଇଛି। ପିଲାଙ୍କ ପାଇଁ ଅଖା ଦୈାଡ, ମିୟୁଜୀକ୍ ଚିୟାର,ପୁଚି,ଗଣୀତ, ବିଭିନ୍ନ ଖେଳ ଏବଂ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏବିଓ ସୁବାଷ ସିଂ,ମୂଖ୍ୟବକ୍ତା ସମିତି ସଭ୍ୟା ସୁକୁନ୍ତଳା ନୃଣ୍ଡୁକା,ଅନ୍ୟତମ ବକ୍ତା ବିଦ୍ୟାଳୟର ପୂର୍ବତନ ସଭାପତି ତଥା ଅଞ୍ଚଳର ବରିଷ୍ଠ ସାମ୍ବାଦିକ କ୍ଷମା ସାଗର ଦାଶ୍,ସରପଞ୍ଚ ଅନନ୍ତ ନୁଣ୍ଡ୍ରୂକା, ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଖୁରା ଓ ଅଞ୍ଜନା ହାତୀ,ପ୍ରମଦ ପଣ୍ଡା ପୁର୍ବତନ ସଭାପତି ତଥା ସର୍ବ ଶିକ୍ଷା ଅଭିଯାନର ସଭାପତି ବିଜୟ ସାତେଡୁ,ଗାନ୍ଧିଜୀ ଯୁବକ ସଂଘ ର ସଭାପତି ବଳଦେବ ଶତପଥୀ,ପୂର୍ବତନ ସଭାପତି ଚକ୍ରଧର ଶତପଥୀ ପ୍ରମୁଖ ମଞ୍ଚାଶିନ ଅତିଥି ଭାବେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଏହି ବାର୍ଷିକ ଉତ୍ସବକୁ ଅତୀଥି ମାନେ ଆମ ଓଡ଼ିଆ ଭାଷା,କଳା,ସଂସ୍କୃତି ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣରେ କହିଥିଲେ।
ସାମ୍ବାଦିକ ଶ୍ରୀଯୁକ୍ତ ଦାଶ କହିଥିଲେ ଏହି ମାଟିରେ ମୋର ଜନ୍ମ ଏହି ଇସ୍କଲରେ ଦିନେ ଛାତ୍ର ଥିଲି,ଏହି ଇସ୍କଲର ସଭାପତି ମଧ୍ୟ ଦିନେ ଥିଲି ଏବଂ ଆଜି ଅନ୍ୟତମ ମୁଖ୍ୟବକ୍ତା ଭାବେ ଅତିଥି ହୋଇଥିବାରୁ ମୁଁ ଅତି ଗର୍ବ ଓ ଗୌରବ ମନେ କରୁଛି ବୋଲି କହିଥିଲେ।
ଏଥିସହ ପିଲାମାନଙ୍କୁ ଚରିତ୍ରବାନ ହେବା ସହ ଉଚିତ୍ ଶିକ୍ଷା ଲାଭକରି ବିଦ୍ୟାଳୟ ତଥା ଆମ ଅଞ୍ଚଳର ନାଆଁ ରଖିବାକୁ ପରାମର୍ଶ ଦେଇଥିଲେ।ଶେଷରେ ଶିକ୍ଷକ ଶୁଶାନ୍ତ ହୁଇକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031