Indus Valley Times

ପାରଳାଖେମୁଣ୍ଡି ପୌର-ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ପାରଳାଖେମୁଣ୍ଡି ପୌର-ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ

August 31
23:43 2021

ଗଣେଶ କୁମାର ରାଜୁଙ୍କ  ରିପୋର୍ଟ

 ଗଜପତି,୩୧/୮:  ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ପରିଷଦ କାର୍ଯ୍ୟାଳୟ ପରିସର’ରେ ନିଖିଳ ଭାରତ ସ୍ୱାୟତ୍ତ-ଶାସନ ଦିବସ-୨୦୨୧ , କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଏହି କାର୍ଯ୍ୟକ୍ରମ ଅବସର’ରେ ପରିଷଦ କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ପରେ ପରିଷଦ କାର୍ଯ୍ୟାଳୟ ପରିସର’ରେ ଉତ୍ତମ ପୌର କର୍ମଚାରୀ ମାନଙ୍କୁ ସମ୍ମାନିତ ଓ ପୁରସ୍କାର ବଣ୍ଟନ ଉତ୍ସବ ଅବସର’ରେ ଆୟୋଜିତ ଏକ କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ପାରଳାଖେମୁଣ୍ଡି ସହର’କୁ ସବୁଜ , ସ୍ୱଚ୍ଛ , ସରସ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ଏବଂ ଆସୁଥିବା ବିଭିନ୍ନ ଗ୍ରାମାଞ୍ଚଳ ଓ ବାହାର ଜିଲ୍ଲା’ର ଲୋକଙ୍କୁ ପାରଳା ସହର ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର’ର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ  ହାତକୁ ନିଆଯାଇଛି । ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ମଧ୍ୟ ଆଗେଇ ଚାଲିଛି । ଏ ସବୁର ସଫଳତା ଓ ସ୍ଵଛତା ପାଇଁ ସହର ବାସୀଙ୍କ ବିନା ସହଯୋଗ’ରେ ସମ୍ଭବ ନୁହେଁ , ତେଣୁ ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

  ପରେ ପୌର-ପରିଷଦ’ର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟସେବା ଯୋଗୁଁ ପୌର-ପରିଷଦ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ସେମାନଙ୍କୁ ଉପଢୌକନ, ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

  ପୌର-ପରିଷଦଦ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ର୍ଯ୍ୟକ୍ରମ’ରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୌର ପରିଷଦ ପକ୍ଷରୁ ସଫଳତାଦ’ର ସହ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ’ ଯଥା:- ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଟି ସହାୟତାଦ’ରେ ୧୩୯ ଗୋଟି ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ଓ ସରକାରୀ କାନ୍ଥ ଗୁଡିକଦ’ରେ ବିଭିନ୍ନ ସଚେତନତା ମୂଳକ ଚିତ୍ର ଅଙ୍କାଯାଇଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଦ’ରେ  ୪୯୭ ଗୋଟି ଗୃହ ନିର୍ମାଣ , ୨୦-କେଏଲଡି କ୍ଷମତା ବିଶିଷ୍ଠ ମାଲ ଉପଚାର କେନ୍ଦ୍ର , ହାଟପଦା ଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ,ସାଧାରଣ ଶୌଚଳୟର ମାନ ବୃଦ୍ଧିକରି ନବୀକରଣ , ଅନୁ-ଜୈବଖତ ନିର୍ମାଣ କେନ୍ଦ୍ର ଓ ସାମଗ୍ରୀ ପୂନର୍ଲାଭ କେନ୍ଦ୍ର ଏବଂ ପରିଚୟ ମିଶନ ଶକ୍ତି ଗୃହ ନିର୍ମାଣ ପ୍ରଭୃତି ସମ୍ପୂର୍ଣ୍ଣ କରା ଯାଇଥିବା  ସମ୍ପର୍କରେ କହିଥିଲେ । ଏଥିସହିତ କାର୍ଯ୍ୟକାରୀ ହେଉଥିବା ତଥା ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା:-ପୁରୁଣା କୋର୍ଟ ଛକଠାରେ ଖୋଲା ସ୍ଥାନଦ’ର ସୌନ୍ଦରର୍ଯ୍ୟ-କରଣ ଓ ପଟ୍ଟନାୟକ ପୋଖରୀଦ’ର ନବୀକରଣ ପ୍ରଭୃତି ସମ୍ପର୍କରେ ଏବଂ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ସମୂହ ଯଥା:- କିରୋସିନ ଡିପୋ ପାର୍ଶ୍ଵରେ ଏକ ସ୍ମାର୍ଟ-ପାର୍କ ନିର୍ମାଣ , ରାମନଗର ଠାରେ ଏକସ୍ମାର୍ଟ ସ୍ମଶାନ ନିର୍ମାଣ , ନୂତନ ଟାଉନହଲ ଅଡ଼ିଟୋରିଅମ , ଶଙ୍କୁରିବନ୍ଧ କମ୍ପ୍ଲେକ୍ସ ପ୍ରଭୃତି ଉପରେ ସୂଚନା ଦେଇଥିଲେ ।

  ସମସ୍ତ କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ଲୀମା ସଞ୍ଚାଳନ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ ଉପସ୍ଥିତ ସମସ୍ତଦ’ଙ୍କୁ ଧନ୍ୟବାଦ ଅର୍ପଣ ଏବଂ କାର୍ଯ୍ୟକ୍ରମ ଗୁଡିକୁ ଶ୍ରୀ ବିରଞ୍ଚି ମିଶ୍ର , ଇନ୍ଦିରା ଗୌଡ଼ , ଶୁରେଶ ପାଣିଗ୍ରାହୀ ଓ ଘନଶ୍ୟାମ ବେହେରା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031