Indus Valley Times

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ନିଯୁକ୍ତ

 Breaking News

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ନିଯୁକ୍ତ

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ନିଯୁକ୍ତ
October 07
14:01 2021

ପାରାଦୀପ, ୭/୧୦: ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ଯୋଗ ଦେଇଛନ୍ତି। ପାରାଦୀପରେ ପହଞ୍ଚିବା ପରେ ପ୍ରଥମେ ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ନେବା ପରେ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ବନ୍ଦର ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବା ସହିତ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା। ପରେ ବନ୍ଦର କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।
ନୂତନ ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ଦାୟିତ୍ବ ଗ୍ରହଣ କରିବା ପରେ କହିଛନ୍ତି, ଭାରତର ଦ୍ଵିତୀୟ ମେଜର ପୋର୍ଟର ମାନ୍ୟତା ପାଇଥିବା ପାରାଦୀପ ବନ୍ଦର ପଣ୍ୟ କାରବାରରେ ମହତ୍ୱପୂର୍ଣ୍ଣ ଭୂମିକା ନେଉଛି। ବନ୍ଦରରେ ଦକ୍ଷ କର୍ମଚାରୀ ରହିଛନ୍ତି।
ବହୁ ନୂତନ ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ବନ୍ଦରର ଅଧ୍ୟକ୍ଷ ଭାବେ ଯୋଗ ଦେଇ ମୁଁ ଗର୍ବିତ, ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି, ତାହାକୁ ସାକାର କରିବା ସହିତ ପାରାଦ୍ଵୀପ ବନ୍ଦରକୁ ଏକ ନମ୍ବର ମେଜର ପୋର୍ଟ କରିବା ପାଇଁ ପ୍ରୟାସ କରିବି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031