Indus Valley Times

ପାରାଦୀପ ବନ୍ଦର ସୁପରିଟେଣ୍ଡ ଇଞ୍ଜିନିୟର ବହିଷ୍କୃତ, ଜାଲ୍ ଜାତି ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

 Breaking News

ପାରାଦୀପ ବନ୍ଦର ସୁପରିଟେଣ୍ଡ ଇଞ୍ଜିନିୟର ବହିଷ୍କୃତ, ଜାଲ୍ ଜାତି ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

ପାରାଦୀପ ବନ୍ଦର ସୁପରିଟେଣ୍ଡ ଇଞ୍ଜିନିୟର ବହିଷ୍କୃତ, ଜାଲ୍ ଜାତି ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି
September 05
19:51 2023

ପାରାଦୀପ,୫/୯ : ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। SLSC (ଷ୍ଟେଟ ଲେଭେଲ ସ୍କୃଟିନି କମିଟି) ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।
ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ସେ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
୧୯୯୧ରେ ପ୍ରମୋଦ କୁମାର ବିନ୍ଧାଣି ପାରାଦୀପ ବନ୍ଦରରେ ସହକାରୀ ଯନ୍ତ୍ରୀ (ସିଭିଲ) ଭାବେ ନିଯୁକ୍ତି ପାଇଥିଲେ। ଅନୁସୂଚିତ ଜନଜାତି (ଏସ୍ଟି) ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଥିବା ପଦବୀରେ ତାଙ୍କୁ ଦିଆଯାଇଥିଲା ନିଯୁକ୍ତି। ୨୦୦୨ରେ ନିର୍ବାହୀ ଯନ୍ତ୍ରୀ ଏବଂ ୨୦୦୭ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ପ୍ରମୋଦ କୁମାର ବିନ୍ଧାଣି।
୨୦୨୧ରେ କନ୍ଧମାଳର ବିଶ୍ଵଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ପ୍ରମୋଦ କୁମାର ବିନ୍ଧାଣି ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି।
ଏହାପରେ ମୟୂରଭଞ୍ଜ ଭିଜିଲାନ୍ସ ସେଲ୍, ଉଦଳା, ବଡସାହି, ଖୁଣ୍ଟା ପ୍ରଭୃତି ତହସିଲ, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଭଳି ବିଭିନ୍ନ ଏଜେନ୍ସି ଦ୍ୱାରା ବିଭିନ୍ନ ସମୟରେ ତଦନ୍ତ କରାଯାଇଛି। ଜାତୀୟ ଜନଜାତି କମିଶନ ମଧ୍ୟ ପାରାଦୀପ ପୋର୍ଟକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାଞ୍ଚଳ RDCଙ୍କ ଅଧ୍ୟକ୍ଷତାରେ SLSCରେ ମାମଲାର ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ସର୍ବଶେଷ ଆଦେଶ ଦିଆଯାଇଛି।
ଶ୍ରୀ ବିନ୍ଧାଣି ଚଞ୍ଚକତା କରି ଜନଜାତି କୋଟାରେ ନିଯୁକ୍ତି ପାଇଥିବାରୁ ତୁରନ୍ତ ପଦବୀରୁ ହଟାଇବାକୁ ପାରାଦୀପ ପୋର୍ଟକୁ କହିଥିଲେ SLSC।
ଏହା ସହିତ ସେ ହାତେଇଥିବା ସମସ୍ତ ସୁବିଧା ସୁଯୋଗ ଏବଂ ଆର୍ଥିକ ଲାଭର ଆକଳନ କରି ରିକଭରି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ତାଙ୍କର ସମସ୍ତ ଜାଲ ସାର୍ଟିଫିକେଟ ରଦ୍ଦ କରିବା ସହ ସରକାରୀ ରେକର୍ଡରେ ଆନୁସଙ୍ଗିକ ସଂଶୋଧନ କରିବାକୁ ତହସିଲଦାର ଏବଂ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031