Legatus

ପାରିବାରିକ କଳହର କରୁଣ ପରିଣତି, ଛୁଆଙ୍କୁ ଧରି ନଦୀକୁ ଡେଇଁଲେ ସ୍ୱାମୀ

 Breaking News

ପାରିବାରିକ କଳହର କରୁଣ ପରିଣତି, ଛୁଆଙ୍କୁ ଧରି ନଦୀକୁ ଡେଇଁଲେ ସ୍ୱାମୀ

August 13
16:21 2023

କଟକ,୧୩/୮: ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ସ୍ବାମୀ ନଦୀକୁ ଡେଇଁଛନ୍ତି। ଖୁସିର ବିଷୟ ଯେ, ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ବେଳେ ଶିଶୁର ବାପା ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଅଛନ୍ତି। ଦମକଳ ବାହିନୀ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି। କଟକ ସଦର ଥାନା ଅଞ୍ଚଳ ଦେଇ ପ୍ରବାହିତ ସିଡୁଆ ନଦୀରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ପାରିବାରିକ କଳହରୁ କଟକ କନ୍ଦରପୁର ଅଂଚଳର ପ୍ରକାଶ ପ୍ରଧାନ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି। ଦେଢ ବର୍ଷ ହେବ ପ୍ରକାଶର ସ୍ତ୍ରୀ ଦୁଇଟି ଝିଅ ସହ ବାପଘରେ ରହୁଥିଲେ।
ପ୍ରକାଶ ଆଜି ଶ୍ବଶୁର ଘରେ ପହଞ୍ଚି ସ୍ତ୍ରୀଙ୍କୁ ବୁଝାସୁଝା କରି ନଅ ମାସର ସାନ ଝିଅକୁ ଧରି ବୁଲିବାକୁ ବାହାରି ଯାଇଥିଲେ। ତେବେ ହଠାତ ସେ ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରିଥିଲେ। ଏଭଳି କାମକୁ ସ୍ତ୍ରୀ ବାରଣ କରିଥିଲେ। ସେ ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକିଥିଲେ।
କିନ୍ତୁ ଲୋକମାନେ ଆସିବା ଦେଖି ପ୍ରକାଶ ପାଣିକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ହଠାତ୍ ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଅଗ୍ନିଶମ ବାହିନୀ ଖବର ପାଇ ନଦୀର ଗଭୀର ଜଳରେ ବାପାକୁ ଖୋଜାଖୋଜି କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31