Indus Valley Times

‘ପାଲା ସଂସ୍କୃତିରେ ଲୋକଶିକ୍ଷା’ ,ଆଲୋଚନା ଚକ୍ର

 Breaking News

‘ପାଲା ସଂସ୍କୃତିରେ ଲୋକଶିକ୍ଷା’ ,ଆଲୋଚନା ଚକ୍ର

‘ପାଲା ସଂସ୍କୃତିରେ ଲୋକଶିକ୍ଷା’ ,ଆଲୋଚନା ଚକ୍ର
January 04
19:20 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୧: ଆଜି ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ ‘ପାଲା ସଂସ୍କୃତିରେ ଲୋକଶିକ୍ଷା’ ଶିର୍ଷକ ଏକ ଆଲୋଚନା ଚକ୍ର ଜଟଣୀ ରାମଚନ୍ଦ୍ରପୁର ବଜାର ଠାରେ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ ଡ଼. ପ୍ରସନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ ଆଲୋଚନା ଚକ୍ରରେ ପଣ୍ଡିତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆମରି ସତ୍ୟ ବିକାଶ ପରିଷଦର ସମ୍ପାଦକ ଆଦି ନାରାୟଣ ଖଣ୍ଡୁଆଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।
ଆମରି ସତ୍ୟ ପ୍ରତିଷ୍ଠାତା ତଥା ଶିକ୍ଷାବିତ ଡ.ପ୍ରମୋଦ ଚନ୍ଦ୍ର ଦାଶ ପାଲା ମାଧ୍ୟମରେ ଲୋକ ଗୀତ, ଛାନ୍ଦ ଚଉପଦୀ ଦ୍ଵାରା ଲୋକ କଳାର ପ୍ରଚାର ଓ ତଦ୍ୱାରା ନୈତିକ ବୌଦ୍ଧିକ ଶିକ୍ଷା ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ବିଶିଷ୍ଟ ସାହିତ୍ୟିକା ଡ. ଆରତି କର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷା ପାଲା ମାଧ୍ୟମରେ କିପରି ଲୋକାଭିମୁଖୀ ହୋଇପାରୁଛି ସେ ବିଷୟରେ କହିବା ସହିତ ବ୍ୟସ୍ତ ବହୁଳ ଜୀବନରେ ଜୀବନ ଧାରଣ କରିବାର ସୂତ୍ର ପାଲାରୁ ହିଁ ଶିକ୍ଷା କରାଯାଏ ବୋଲି ଆଲୋଚନା କରିଥିଲେ।
ମୁଖ୍ୟଅତିଥି ଡ. ଶଶାଙ୍କ ଶେଖର ରଥ ସତ୍ୟପୀର ପୂଜା ବା ସତ୍ୟ ନାରାୟଣ ପୂଜାରୁ ପାଲାର ଆରମ୍ଭ ହୋଇଥିଲା।
ପାଲା ଏକ ସାଂସ୍କୃତିକ ଅନୁଷ୍ଠାନ ଓ ସୁଫି ଧର୍ମ ସହିତ ଭକ୍ତି ଧର୍ମର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଐତିହାସିକ ସତ୍ୟବାଦୀ ବଳୀୟାରସିଂହ ଓଡ଼ିଶାର ପ୍ରାକ୍ତନ ପାଲା ଗାୟକ ମାନଙ୍କର ଗୁଣ ଗାନ କରିବା ସହ ରୀତି ଯୁଗୀୟ ଓ ମଧ୍ୟ ଯୁଗୀୟ କାବ୍ୟ କବିତା ପାଲାକାର ମାନଙ୍କ ଦ୍ଵାରା କିପରି ଲୋକଲୋଚନକୁ ଆସିପାରୁଛି ବର୍ଣ୍ଣନା କରିଥିଲେ।
ସମ୍ମାନୀତ ଅତିଥି ପଣ୍ଡିତ କାଶୀନାଥ ଦାସ ପାଲା ମାଧ୍ୟମରେ ପୁରାଣ, ଭାଗବତ, ରାମାୟଣ, ମହାଭାରତ ଆଦି ବିଭିନ୍ନ ଶାସ୍ତ୍ର ଗୁଡ଼ିକର ଆଲୋଚନା ହୋଇପାରୁଛି, ତଦ୍ୱାରା ଲୋକ ଶିକ୍ଷା ହୋଇପାରୁଛି ବୋଲି କହିଥିଲେ।
ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମିଶ୍ର ଏପରି ଆଲୋଚନ ଚକ୍ର ଜନସାଧାରଙ୍କ ଉପରେ ଅନେକ ପ୍ରଭାବ ପକାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ପାଲା ଗାୟକ ଗାୟିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଶ୍ରୀଯୁକ୍ତ ବିପ୍ଳବ ସମ୍ବିତ କୁମାର , ଶ୍ରୀମତୀ କାଦମ୍ବରି ସ୍ୱାଇଁ, ଶ୍ରୀମତୀ ଅମ୍ରିତା ସାମଲ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ, ଓ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ।
ପ୍ରଥମ ପର୍ଯ୍ୟାୟରେ କବିତା ପାଠ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆମରି ସତ୍ୟ ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ଜବାହର ଲାଲ ସୁବୁଦ୍ଧି, ଶ୍ରୀଯୁକ୍ତ ପଦ୍ମନାଭ ପାଣିଗ୍ରାହୀ, ଡ. ସୁକାନ୍ତି ମହାପାତ୍ର ସଂଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ।
ସୁରେଶ କୁମାର ସ୍ଵାଇଁ ମଞ୍ଚ ପରିଚଳନା ଓ ଶ୍ରୀଯୁକ୍ତ ବ୍ରଜବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଦିବ୍ୟଲୋଚନ ଭାରିମଲ୍ଲ ,ଜଗନ୍ନାଥ ନାୟକ, ରୋହିତ ଚମ୍ପତି, ଦ୍ଵିତିକୃଷ୍ଣ ମହାନ୍ତି ,ସୁରେଶ ଚନ୍ଦ୍ର ରଥ, ନର୍ମଦା ଦୋରା, ପ୍ରଭାସ ଚନ୍ଦ୍ର ମଙ୍ଗରାଜ ପ୍ରଭୃତି କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930