Indus Valley Times

ପାସେଞ୍ଜର ଟ୍ରେନ ଲାଇନ୍ ଚୁକ୍ତ

 Breaking News

ପାସେଞ୍ଜର ଟ୍ରେନ ଲାଇନ୍ ଚୁକ୍ତ

September 12
19:27 2022

ସୁର୍ଯ୍ୟନାରାୟଣ ପଣ୍ଡା
କୋରାପୁଟ,୧୨/୯: ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ତେବେ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବିଶେଷ ସୂଚନା ମିଳିନାହିଁ । ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିବା ଖବର ଆସିଛି । ୪ଟି ବଗି ଲାଇନଚ୍ୟୁତ ହୋଇଥିଲେ ବି ସବୁ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଘଟଣାସ୍ଥଳକୁ ବରିଷ୍ଠ ରେଳ ଅଧିକାରୀ ପହଞ୍ଚିବା ପରେ ମରାମତି କାମ ଆରମ୍ଭ ହୋଇଛି । ଫସିଥିବା ଯାତ୍ରୀମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେନେଇ ବ୍ୟବସ୍ଥା କରୁଛି ରେଳ ବିଭାଗ ।
ଏହି ଘଟଣାରେ ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନ ସସ୍ପେଣ୍ଡ । ୨ ଜଣଙ୍କୁ ସସ୍ପେଣ୍ଡ ନେଇ ଡିଆରଏମ୍ ଅନୁପ ଶତପଥୀଙ୍କ ସୂଚନା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031