Indus Valley Times

ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଖୋରଧା ରେ ଏଟୋମିକ ଏନର୍ଜି(ପରମାଣୁ ଶକ୍ତି), ବମ୍ବେ ଦ୍ଵାରା ସାଧାରଣ ସଚେତନତା କାର୍ଯ୍ୟକ୍ରମ

 Breaking News

ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଖୋରଧା ରେ ଏଟୋମିକ ଏନର୍ଜି(ପରମାଣୁ ଶକ୍ତି), ବମ୍ବେ ଦ୍ଵାରା ସାଧାରଣ ସଚେତନତା କାର୍ଯ୍ୟକ୍ରମ

ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଖୋରଧା ରେ ଏଟୋମିକ ଏନର୍ଜି(ପରମାଣୁ ଶକ୍ତି), ବମ୍ବେ ଦ୍ଵାରା ସାଧାରଣ ସଚେତନତା କାର୍ଯ୍ୟକ୍ରମ
March 31
19:15 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୧/୩ : ଏଟୋମିକ ଏନର୍ଜି (ପରମାଣୁ ଶକ୍ତି ),ବମ୍ବେ ଦ୍ବାରା ଏକ ସାଧାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଦ୍ୟାଳୟର ନବମ ଓ ଏକାଦଶ ଶ୍ରେଣୀର ୧୩୨ ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ ।
ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଅଧ୍ୟାପିକା ଶ୍ରୀମତୀ ପ୍ରିୟତମା ସାମନ୍ତ ଓ ଶ୍ରୀମତୀ ପ୍ରଗତି ସାହୁଙ୍କ ସଂଯୋଜନାରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ନୃସିଂହ ଚରଣ ଚକ୍ର ସ୍ବାଗତ ଭାଷଣ ଦେଇଥିଲେ।
ଏଟୋମିକ ଏନର୍ଜି (ପରମାଣୁ ଶକ୍ତି) ର ନିର୍ଦ୍ଦେଶକ ଶ୍ରୀ ଅଚଳେଶ୍ବର ସିଂହ କାର୍ଯ୍ୟକ୍ରମର ପରିଚୟ ପ୍ରଦାନ କରିଥିଲେ ଓ 0P(Institute of physics) ର ପ୍ରଫେସର ଶ୍ରୀ କରୁଣାକର ନନ୍ଦ ବିଜ୍ଞାନ,ପ୍ରଯୁକ୍ତି ତଥା ପରମାଣୁ ଶକ୍ତି ଓ ତାହାର ବ୍ୟବହାର ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହାପରେ ଏଟୋମିକ ଏନର୍ଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ ହୋଇଥିହବା ଭିଡିଓ ଦେଖେଇଥିଲେ ଏବଂ ପରମାଣୁ ଶକ୍ତି ଓ ତାହାର ବ୍ୟବହାରକୁ ନେଇ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ମଧ୍ୟ କରିଥିଲେ । ପରମାଣୁ ଶକ୍ତି ବିଭାଗ ଦ୍ବାରା ବିଜ୍ଞାନ ବିଭାଗର ସମସ୍ତ ସଦସ୍ୟ ଓ ବିଜେତା ବିଦ୍ୟାର୍ଥୀ ମାନଙ୍କୁ ମୋମେଣ୍ଟୋ (ସ୍ମୃତିଚିହ୍ନ) ପ୍ରଦାନ କରାଯାଇଥିଲା। ଶେଷରେ ନାଇଜର ର ଶ୍ରୀ ଡି.ବି. ସିଂହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଓ କାର୍ଯ୍ୟକ୍ରମର ସମାପ୍ତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930